ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋଟିଏ ଜାତିକୁ ଚିହ୍ନିବାକୁ ହେଲେ ପ୍ରଥମେ ତାର ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଅନୁଶୀଳନ କରିବାକୁ ହେବ । ଏଥିପାଇଁ ମହାପୁରୁଷମାନେ ସର୍ବଦା ନିଜ ଭାଷା ଓ ସାହିତ୍ୟକୁ ଅଗ୍ରାଧିକାର ଦେଇଆସୁଛନ୍ତି । ଭାରତୀୟ ସଂସ୍କୃତି କହିଲେ ସାଧାରଣତଃ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ବୁଝାଏ । ଯେଉଁ ଜାତିର ମଉଡମଣି ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ସେଥିପାଇଁ ଭାଷା ସାହିତ୍ୟକୁ ସମୃଦ୍ଧି ଓ ତାର ସ୍ରଷ୍ଟାଙ୍କୁ ଉପଯୁକ୍ତ ସମ୍ମାନ ଦେବା ରାଜ୍ୟର ଏକ ପ୍ରତିଷ୍ଠିତ ଓ ପଂଜିକୃତ ସାଧନା ସାହିତ୍ୟ ଏକାଡେମୀର ଜନ୍ମ ବୋଲି ଆଜି ଭଦ୍ରକର କୁଆଁସସ୍ଥିତ ସାଧନା ପୀଠରେ ଏହାର ନବ ନିର୍ବାଚିତ ସଭାପତି ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଏଭଳି ଏକ ଏକାଡେମୀର ପ୍ରତିଷ୍ଠିତ ସଭାପତି ଥିଲେ ପୂର୍ବତନ ବିଧାୟକ ତଥା ‘ଘାସଫୁଲ’ର ସଂପାଦକ ବିଷ୍ଣୁଚରଣ ସେଠୀ । ଶ୍ରୀ ସୁରଜ ତାଙ୍କ ପିତାଙ୍କ ଦ୍ୱାରା ପ୍ରତିଷ୍ଠା ଲାଭ କରିଥିବା ଏଭଳି ଏକ ସାହିତ୍ୟ ଓ ସଂସ୍କୃତି ସଂପନ୍ନ ପୂଜ୍ୟପୂଜାର ଅନୁଷ୍ଠାନକୁ କେବଳ ଆମ ରାଜ୍ୟ ନୁହେଁ, ସମଗ୍ର ଭାରତବର୍ଷରେ ପରିଚିତ କରାଇବା ପାଇଁ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ । ଏବଂ ଆମ ରାଜ୍ୟରେ ବଣମଲ୍ଲୀ ପରି ଫୁଟି ଲୋକଲୋଚନକୁ ଆସିପାରୁନଥିବା ସାହିତ୍ୟିକମାନଙ୍କ ସୃଷ୍ଟିକୁ ସମ୍ମାନ ଜଣାଇ ତାହା ପ୍ରକାଶ କରାଇବାରେ ଏହି ଏକାଡେମୀ ଅଗ୍ରଣୀ ଭୂମିକା ନେବ ବୋଲି ଆହ୍ୱାନ ଦେଇଥିଲେ । ତେବେ ଏହି ଏକାଡେମୀର କର୍ମକର୍ତ୍ତା ନିର୍ବାଚନ ପରିପ୍ରେକ୍ଷୀରେ ଏହାର ଅନ୍ୟତମ ପ୍ରତିଷ୍ଠାତା ପଣ୍ଡିତ ଦୈତାରି ମହାପାତ୍ର ନିର୍ବାଚନକୁ ପରିଚାଳନା କରିଥିଲେ ।
ଏଥିରେ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କୁ ସର୍ବସମ୍ମତି କ୍ରମେ ସଭାପତି, ଇଂ ଅଭୟ ସୂତାର କାର୍ଯ୍ୟକାରୀ ସଭାପତି, ଦୀନବନ୍ଧୁ ପତି ଉପସଭାପତି, ପଣ୍ଡିତ ଦୈତାରି ମହାପାତ୍ର ସାଧାରଣ ସଂପାଦକ, ଇଂ ଅରୁଣ ପାତ୍ର ଯୁଗ୍ମ ସଂପାଦକ, ପ୍ରମୋଦ ରାୟ ସଂଗଠନ ସଂପାଦକ, ରଶ୍ମିତା ଦାଶ ସାଂସ୍କୃତିକ ସଂପାଦିକା, ଶରତ ଚନ୍ଦ୍ର ଜେନା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାବେଳେ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ପ୍ରଫେସର ଗୋଲକ ବିହାରୀ ସାହୁ, ଡ. ରାମଚନ୍ଦ୍ର ପଣ୍ଡା, ଡ. ମନୀନ୍ଦ୍ର ମହାନ୍ତି, ଡ. ପ୍ରମୋଦ ନାୟକ, ଡ. କିରଣ ଚନ୍ଦ୍ର ଗୁଇଁ, ଗୀତାରାଣୀ ଆଇଚ, ଦୟାନିଧି ବେହେରା, ଶାନ୍ତିଲତା ନାଗ, ଝୁରନବାଳା ଖୁଣ୍ଟିଆ, ମନସ୍ମିତା ଖୁଣ୍ଟିଆ, ବିଭୂତି ଭୂଷଣ ସେନାପତି, ଭାସ୍କର ଚନ୍ଦ୍ର ପାଢୀ, ଡ. ମମତା ସାହୁ, ରାମଚନ୍ଦ୍ର ସାହୁ, ବସନ୍ତ ମିଶ୍ର, ସତ୍ୟସୁନ୍ଦର ପରିଡା, ବିଜୟଲକ୍ଷ୍ମୀ ପଣ୍ଡା, ମନୋରମା ଆଚାର୍ଯ୍ୟ, ଆଶୁତୋଷ କରଣ, ପ୍ରକାଶ ଚନ୍ଦ୍ର ମହାପାତ୍ର, ଡ. ପ୍ରଭାତ ନଳିନୀ ମହାପାତ୍ର, ବୈକୁଣ୍ଠ ବିଶ୍ୱାଳ, ନିରଞ୍ଜନ ବାରିକ, ମୁସ୍ତାକ ଗହ୍ୱର, ସେକ୍ ଅବଦୁଲ ଦୟାନ, ରଶ୍ମିରଂଜନ ବେହେରା, ଦମୟନ୍ତୀ ଜେନା, ଡ. ଗୋପାଳ ପ୍ରସାଦ ମହାପାତ୍ର, ଡ. ସଂଯୁକ୍ତା ଭାରତୀ, ଅଭୟ ଦାସ, କଳ୍ପନା ଜେନା, ବିକାଶ ଶତପଥୀ, ପବନ ନାୟକ, ପୁରସ୍ତମ ଧଳ, ପ୍ରଫୁଲ୍ଲ ନାୟକ, ରମାକାନ୍ତ ଜେନା, ସମିତ୍ରା ପାଣି, ଚୈତାଳି ଖିଲାର ଓ ଗଗନ ବିହାରୀ ରାଉତ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା ।