Home ଜିଲ୍ଲା ପରିକ୍ରମା ଧାମନଗର ବନ୍ୟାକ୍ଲିଷ୍ଟଙ୍କ ଦୁଃଖ ଦୂର କରିବାରେ ସୁରଜଙ୍କ ଉଦ୍ୟମ ପ୍ରଶଂସନୀୟ

ଧାମନଗର ବନ୍ୟାକ୍ଲିଷ୍ଟଙ୍କ ଦୁଃଖ ଦୂର କରିବାରେ ସୁରଜଙ୍କ ଉଦ୍ୟମ ପ୍ରଶଂସନୀୟ

25

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବନ୍ୟା ବିଭୀଷିକା ଧାମନଗର ଅଂଚଳରେ ଗୁରୁତର ଅବସ୍ଥା ସୃଷ୍ଟି କରିଛି । ବନ୍ୟା ଯୋଗୁଁ ନଦୀକୂଳିଆ ଲୋକେ ଦୁର୍ବଳ ନଦୀବନ୍ଧକୁ ନେଇ ଚିନ୍ତିତ ଅଛନ୍ତି । କେତେକ ସ୍ଥାନରେ ନଦୀବନ୍ଧରେ ଘଳିଆ ପଡିଛି । ତେବେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଦିନରାତିକୁ ଏକ କରିଦେଇଛନ୍ତି । ବିଭାଗୀୟ ଅଧିକାରୀଙ୍କୁ ନେଇ ସେ ଦୁର୍ବଳ ନଦୀବନ୍ଧରେ ବାଲିବସ୍ତା ପ୍ୟାକିଂ ଦେବାର ବନ୍ଦୋବସ୍ତ କରିଛନ୍ତି । ବିଶେଷକରି ଗେଙ୍ଗୁଟି ଓ ବୈତରଣୀ ନଦୀବନ୍ଧର ପାହାଡପୁର, କଣ୍ଟାପାରି, ଉତ୍ତେଇପୁର ଭଳି ବିଭିନ୍ନ ସ୍ଥାନରେ ବିପଦ ସଂକୁଳ ଅବସ୍ଥାରେ ଥିବା ବନ୍ଧରେ ବାଲିବସ୍ତା ପକାଯାଇଛି । ଆନନ୍ଦପୁର, ଖଡିପଦା, ସୋହଡା ଭଳି ପଂଚାୟତ ଅଂଚଳରେ ନଦୀବନ୍ଧରେ ଥିବା ବିପଦ ସଂକୁଳ ସ୍ଥାନକୁ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇ ମରାମତି ପାଇଁ ଉଦ୍ୟମ ଜାରି ରହିଛି । ବନ୍ୟା ପ୍ରଭାବିତ ଧୁଷୁରୀ, କୋଠାର, ହସନାବାଦ ଓ ନଦୀଗାଁ ଭଳି ବିଭିନ୍ନ ଅଂଚଳରେ ଫସିଥିବା ଲୋକ ଓ ଗାଈଗୋରୁଙ୍କୁ ଉଦ୍ଧାର କରିବାରେ ସୁରଜଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ ହୋଇଛି । ଆଜି ଅସୁରାଳିର ହଂସପୁର, ସାହୁସାହି, ଜେନାସାହି, ମହାଦେବନଗରରେ ବନ୍ୟାରେ ବୁଡିଯାଇଥିବା ପରିବାରକୁ ସାକ୍ଷାତ୍ କରି ସେ ଆବଶ୍ୟକୀୟ ଶୁଖିଲା ଖାଦ୍ୟ ଓ ଅନ୍ୟ ସରଞ୍ଜାମ ଯୋଗାଇ ଦେଇଛନ୍ତି । ଏଥିସହ ଅସୁରାଳି ଠାରେ ଭଦ୍ରକ-ଆରଡି ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା କାରଣରୁ ସେଠାରେ ଫସି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସେ ଗୁରୁଦାୟିତ୍ୱ ତୁଲାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.