Home ଜିଲ୍ଲା ପରିକ୍ରମା ଧାମନଗର ମିଳିତ ଜନଶୁଣାଣି ଶିବରରେ ୧୮୭ ଅଭିଯୋଗ

ଧାମନଗର ମିଳିତ ଜନଶୁଣାଣି ଶିବରରେ ୧୮୭ ଅଭିଯୋଗ

31

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଧାମନଗର ବ୍ଲକରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲ୍ଲି ଏହି ଶିବିରରେ ଯୋଗ ଦେଇ ୧୮୭ଜଣ ଅଭିଯୋଗ କାରିଙ୍କ ଠାରୁ ଆବେଦନ ଶୁଣିଥିଲେ । ସେଥିମ୍ମରେ ୧୮୨ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟାଭିତ୍ତିକ ଓ ୫ଟି ସାମୁହିକ ସମସ୍ୟାଭିତ୍ତିକ ଅଭିଯୋଗ ଥିବା ଜଣାପଡ଼ିଛି । ରେଡ଼କ୍ରସ ସମ୍ବନ୍ଧୀୟ ୨ଜଣ ଆବେଦନକାରୀଙ୍କ ମଧ୍ୟରୁ ଜଣଙ୍କୁ ୬ହଜାର ଓ ଅନ୍ୟ ଜଣଙ୍କୁ ୫ହଜାର ଟଙ୍କା ଚିକିତ୍ସା ପାଇଁ ଆର୍ଥିକ ସହାୟତା ବାବଦ ପ୍ରଦାନ କରାଯାଇଛି । ସି.ଏମ୍‌.ଆର.ଏ‘୍‌. ରୁ ମ୍ମ ଜଣେ ପିଲାକୁ ଚିକିତ୍ସାପାଇଁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ମଞ୍ଜୁର କରାଯାଇଛି । ୬ଟି ଅଭିଯୋଗର ତତ୍‌କାଳ ସମାଧାନ କରାଯାଇଥିଲା । ସାମାଜିକ ସୁରକ୍ଷା ଯୋଜନାରେ ଏହି ଶିବିରରେ ୧ଟି ହୁଇଲ୍ ଚେୟାର ଓ ୧ଟି ତିନିଚକିଆ ସାଇକେଲ ସଂପୃକ୍ତ ବିଦ୍ୟାଙ୍ଗ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।

ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ସନ୍ତୋଷ କୁମାର ପାତ୍ର, ଜିଲ୍ଲାପରିଷଦର ଉପ୍ମକ୍ଷା ଟୁନିବାଳା ବିଶ୍ୱାଳ, ଧାମନଗର ଏନ୍‌.ଏ.ସି.ର ଅ୍ମକ୍ଷା ନିବେଦିତା ଜେନା, ଧାମନଗର ବ୍ଲକର ଅ୍ମକ୍ଷା ଶର୍ମିଷ୍ଠା ବେହେରା, ଧାମନଗର ବି.ଡ଼ି.ଓ. ବନବିହାରୀ ଦିଣ୍ଡା, ତହସିଲଦାର ସ୍ମିଗ୍ଧାରାଣି ଦେବୀ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଧାମନଗର ଏ.ବି.ଡ଼ି.ଓ. ଶର୍ମିଷ୍ଠା ସେଠୀ, ଡ଼େପୁଟି କଲେକ୍ଟର ରାଜୀବ ହାଂସଦା ପ୍ରମୁଖ ଏହି ଶିବିର ପରିଚାଳନାରେ ଆନୁସଂଗିକ ସହଯୋଗ କରିଥିଲେ । ଜିଲ୍ଲାସ୍ତରୀୟ ଓ ଉକ୍ତ ବ୍ଲକସ୍ତରୀୟ ସମସ୍ତ ଅଧିକାରୀ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ସମାଧାନ ଦିଗରେ ଜିଲ୍ଲାପାଳଙ୍କ ଠାରୁ ଆବଶ୍ୟକ ମତେ ସୂଚନା ରଖିଥିଲେ । ସୂଚନାଯୋଗ୍ୟକି ଆବାସ ଯୋଜନା, ରେସନ୍‌କାର୍ଡ଼ ଆଦି ସମ୍ବନ୍ଧୀୟ ସର୍ବାଧିକ ଅଭିଯୋଗ ଥିଲା । ଏହା ବ୍ୟତୀତ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ, ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ନିର୍ମାଣ ଓ ମରାମତି, ଇଞ୍ଜିନିୟରିଂ ସ୍କୁଲ ପରିସରୁ ୧୧ କେଭି ବିଦ୍ୟୁତ ତାର ଉଚ୍ଛେଦ, ଅସୁସ୍ଥତା କାରଣରୁ ଶିକ୍ଷକ ବଦଳି ଆଦି ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଆଗତ ଅଭିଯୋଗ ସବୁର ନିୟମାନୁଯାୟୀ ସମାଧାନ ନିମନ୍ତେ ଜିଲ୍ଲାପାଳ ଉପସ୍ଥିତ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.