Home ଜିଲ୍ଲା ପରିକ୍ରମା ଗ୍ରାମ ଠାକୁରାଣୀଙ୍କ ସାମ୍ନାରେ ଡଷ୍ଟବିନ୍ ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ

ଗ୍ରାମ ଠାକୁରାଣୀଙ୍କ ସାମ୍ନାରେ ଡଷ୍ଟବିନ୍ ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ

28

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଝିଙ୍କିରିଆ ଗ୍ରାମର ଠାକୁରାଣୀ ମା’ ଡାକଦେବୀଙ୍କ ଆସ୍ଥାନ ସାମ୍ନାରେ ନିର୍ମାଣାଧୀନ ଏକ ଡଷ୍ଟବିନ୍‌କୁ ଗ୍ରାମବାସୀ ବିରୋଧ କରିଛନ୍ତି । ସେମାନେ ଏ ସମ୍ପର୍କରେ ୫-ଟି ସଚିବ, ପଞ୍ଚାୟତରାଜ ବିଭାଗ ମନ୍ତ୍ରୀ, ଜିଲାପାଳ, ବିଡିଓ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରି ଡଷ୍ଟବିନ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି ଜଣାଇଛନ୍ତି । ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ନନ୍ଦପୁର-ବୁଧପୁର ରାସ୍ତାକୁ ଲାଗି ଲାଗି ଡଷ୍ଟବିନ୍ ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ଡଷ୍ଟବିନ୍ ତିଆରି ହେଲେ ସେହି ଅଞ୍ଚଳର ପରିବେଶ ନଷ୍ଟ ହେବା ସହ ଗ୍ରାମକୁ ବିଭିନ୍ନ ମହାମାରୀ ରୋଗ ଆଣିବାରେ ସାହାଯ୍ୟ କରିବ । ଏଥି ସହି ଏଠାରେ ଅଳିଆ ଆବର୍ଜନା ପଡ଼ିଲେ ଆଧ୍ୟାତ୍ମିକ ପରିବେଶ ନଷ୍ଟ ହେବ । ଏହି କାମ ଆରମ୍ଭ ହେଲା ବେଳେ ଗ୍ରାମବାସୀଙ୍କୁ ଅନ୍ଧାରରେ ରଖାଯାଇ ପାଣିଟାଙ୍କି ନିର୍ମାଣ ହେଉଛି ବୋଲି କୁହାଯାଇଥିଲା । ମାତ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ଏହା ଡଷ୍ଟବିନ୍ ବୋଲି ଗ୍ରାମବାସୀ ଜାଣିବାକୁ ପାଇଥିଲେ । ତେବେ ନିର୍ମାଣ କାର୍ଯ୍ୟ ସମ୍ପର୍କରେ କୌଣସି ଫଳକ ଲାଗିନଥିବାରୁ ଗ୍ରାମବାସୀ ଏ ସମ୍ପର୍କରେ ତଥ୍ୟ ଜାଣି ପାରୁନାହାନ୍ତି ବୋଲି ନିତ୍ୟସ୍ମିତ ପତି, ସଂଗ୍ରାମ ସଂଜିବନୀ ପତି, ପ୍ରଶାନ୍ତ କୁମାର ଦାସ, ଦେବାଶିଷ ଜେନା, ବିକାଶ ସାହୁ, ମୃତ୍ୟୁଞ୍ଜୟ ମହାରଣା, ପାର୍ଥସାରଥି ନାୟକ, ଦୀପକ କୁମାର ଦାସ, ସନ୍ତୋଷ କୁମାର ବାରିକ ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଡିଓ ଜ୍ୟୋତିର୍ମୟ କରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଅଭିଯୋଗର ତଦନ୍ତ କରାଯିବା ପରେ ପଦକ୍ଷେପ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.