Home ଜିଲ୍ଲା ପରିକ୍ରମା ଦେଶରେ କାଶ୍ମୀର ପରିସ୍ଥିତି ପୂର୍ବରୁ ଜନସଂଖ୍ୟା ନିୟନ୍ତ୍ରଣ କାନୁନ୍ ଜରୁରୀ- ଅନୀଲ ଚୌଧୁରୀ

ଦେଶରେ କାଶ୍ମୀର ପରିସ୍ଥିତି ପୂର୍ବରୁ ଜନସଂଖ୍ୟା ନିୟନ୍ତ୍ରଣ କାନୁନ୍ ଜରୁରୀ- ଅନୀଲ ଚୌଧୁରୀ

30

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶରେ ଅବାଞ୍ଛିତ ଏବଂ ନିୟନ୍ତ୍ରଣହୀନ ଭାବେ ଜନସଂଖ୍ୟା ବୃଦ୍ଧି ଏକ ପ୍ରମୁଖ ସମସ୍ୟା ଭାବେ ଚିନ୍ତନୀୟ ପ୍ରସଙ୍ଗ । ଅସନ୍ତୁଳିତ ଭାବେ ବୃଦ୍ଧି ପାଉଥିବା ଜନସଂଖ୍ୟା କାରଣରୁ ଦେଶ ବର୍ତ୍ତମାନ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ବିବେଚିତ ହୋଇପାରେ, କିନ୍ତୁ ଏହାର ଅନ୍ୟ କେତେକ ଆଲୋଚିତ ଦିଗ ଗୁଡ଼ିକ ରାଷ୍ଟ୍ରର ସୁରକ୍ଷା ଉପରେ ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ ନିଶ୍ଚିତ ଛିଡ଼ା କରୁଛି ବୋଲି ଆଜି ଭଦ୍ରକ ସହିଦ ସ୍ମୃତି ଭବନ ପରିସରରେ “ଜନସଂଖ୍ୟା ସମାଧାନ ଫାଉଣ୍ଡେସନ” ଭାରତ ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅନିଲ ଚୌଧୁରୀ ନିଜ ବକ୍ତବ୍ୟରେ କହିଛନ୍ତି । ଅନୁଷ୍ଠିତ ଉକ୍ତ ଆଲୋଚନା ଚକ୍ର ଶିବିରରେ ଅନ୍ୟମାନଙ୍କ ମଧ୍ୟରେ କାଶ୍ମୀର ବିସ୍ଥାପିତ ତଥା ସଂଗଠନର ରାଷ୍ଟ୍ରୀୟ ସଂଯୋଜିକା ମମତା ସେହଗଲ ଯୋଗଦେଇ ନିଜର ବକ୍ତବ୍ୟରେ ଜନସଂଖ୍ୟାର ବିସ୍ଫୋରକ ସ୍ଥିତି ପାଇଁ ଦେଶ ମଧ୍ୟରେ ଗୃହଯୁଦ୍ଧ ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ ବୋଲି ନିଜ ବକ୍ତବ୍ୟରେ କହିବା ସହ ଏହାର ନିରାକରଣ ଦିଗରେ ଏକ ସଚେତନତା କାର୍ଯକ୍ରମ ଏବଂ ସରକାରଙ୍କ ନିକଟରେ ଏକ ଚାପ ସୃଷ୍ଠି କରିବା ଉଦ୍ଦେଶ୍ୟରେ ଦେଶ ବ୍ୟାପୀ ହସ୍ତାକ୍ଷର ଅଭିଯାନ ଚାଲୁଛି ବୋଲି ମଧ୍ୟ କହିଥିଲେ । ଅନ୍ୟତମ ଅତିଥି ଭାବେ ତାମିଲନାଡୁ ମହିଳା ଶାଖାର ପ୍ରଦେଶ ଅଧକ୍ଷା ମିତସ୍ମିତା ବଳ ଯୋଗଦେଇ ଜନସଂଖ୍ୟା ନିୟନ୍ତ୍ରଣ କାନୁନ୍ ନିହାତି ଆବଶ୍ୟକ ଏବଂ ଏଥି ନିମନ୍ତେ ଜନସଂଖ୍ୟା ନିୟନ୍ତ୍ରଣ କାନୁନ୍ ସମର୍ଥନରେ ଆସନ୍ତା ୨୩ ଡିସେମ୍ବରକୁ ସମଗ୍ର ଦେଶରୁ ସମସ୍ତ ସଦସ୍ୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଘେରାଉ ପୂର୍ବକ ଏହି ଦାବି ଉପସ୍ଥାପିତ କରିବେ ବୋଲି ପ୍ରକାଶ କରିଥିଲେ ।

ଏହି ଆଲୋଚନାଚକ୍ରରେ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ପ୍ରଦେଶ ମହିଳା ଶାଖାର ଅଧକ୍ଷ ଶ୍ରଦ୍ଧାଞ୍ଜଳି ମିଶ୍ର,ରାଷ୍ଟ୍ରୀୟ ମହାସଚିବ ଭାରତୀ ପଣ୍ଡା ଓ ପୁଷ୍ପିତା ମହାପାତ୍ର, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଉପସ୍ଥିତ ରହି ଯଥାଶୀଘ୍ର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବା ପାଇଁ ସମସ୍ତ ସଚେତନ ଜନସାଧାରଣ ଦାବି କରିବା ଆବଶ୍ୟକ ବୋଲି ଆହ୍ୱାନ ଦେଇଥିଲେ । ଏହି ଅବସରରେ ଆସନ୍ତା ୧୧ ଜୁଲାଇ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଦେଶସାରା ସବୁ ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି । ବିଧାୟକ ସୂର୍ଯ୍ୟବଂଶୀ ଶ୍ରୀଯୁକ୍ତ ଚୌଧୁରୀଙ୍କୁ ପ୍ରଭୁ ଶ୍ରୀଜଗନ୍ନାତଙ୍କ ପ୍ରତିକୃତି ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଚାର ପ୍ରମୁଖ ମାନସ ମହାନ୍ତି, ଧର୍ମ ରକ୍ଷା ସମିତି ନଗର ସଂଯୋଜକ ରବି ନାରାୟଣ ସାହୁ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ ଚନ୍ଦ୍ରଶେଖର ମହାପାତ୍ର, ପାର୍ଥ ସାରଥି ଦାସ, ରବିନାରାୟଣ ପଣ୍ଡା,ଏବିଭିପିର ସଂଯୋଜକ ସ୍ୱାଧୀନ ସୁନ୍ଦର୍ ଦାସ, ଜ୍ୟୋତି ପ୍ରକାଶ ସାହୁ, ବିଶ୍ୱହିନ୍ଦୁ ପରିଷଦର ସଦସ୍ୟ ନିରଞ୍ଜନ ସାହୁ, ଗୋବିନ୍ଦ ରାଉତ, ବିଜୟ ସିହ୍ନା, କାହ୍ନୁ ଚରଣ ସିଂହ, ରତିକାନ୍ତ ଆଚାର୍ଯ୍ୟ, ବିଶିଷ୍ଟ ଶିକ୍ଷାବିତ୍ ଅଜୟ ନାୟକ, ଶାନ୍ତନୁ ରାଉତ, ବଜରଙ୍ଗ ଦଳ ସଂଯୋଜକ ବିପିନ ପଣ୍ଡା, ତପନ ମହାନ୍ତି, ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ପ୍ରେମାନନ୍ଦ ବେହେରା,ମନୋରଞ୍ଜନ ନାୟକ,ବରିଷ୍ଠ ଅଧିବକ୍ତା ନିରାକାର ଜେନା,ଗଦାଧର ବଳ,ବିଜନ ଜେନା,ବିଭୁ ଚନ୍ଦନ ଜେନାଙ୍କ ସମେତ ରାଜେନ୍ଦ୍ର ଜେନା,ଅଧିବକ୍ତା ଅନଙ୍ଗ ମଞ୍ଜରୀ ନାୟକ,ସ୍ନିଗ୍ଧା ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.