Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ଅଂଚଳରେ ଥିବା ସମସ୍ତ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଏମବିବିଏସ ଡାକ୍ତରଙ୍କ ନିଯୁକ୍ତି

ଚାନ୍ଦବାଲି ଅଂଚଳରେ ଥିବା ସମସ୍ତ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଏମବିବିଏସ ଡାକ୍ତରଙ୍କ ନିଯୁକ୍ତି

26

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ଅଂଚଳରେ ସ୍ୱାସ୍ଥ୍ୟ ସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ଚାନ୍ଦବାଲି ବିଧାୟକଙ୍କ ଏଥି ପାଇଁ ବହୁ ସଜାଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିଲା ।ବାରମ୍ବାର ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗରେ ହାଜର ହୋଇ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଫାଙ୍କା ଥିବା ଏମବିବିଏସ ଡାକ୍ତରଙ୍କୁ ସେ ନିଯୁକ୍ତି ଦେବା ପାଇଁ ଦାବୀ ଜଣାଇ ଆସୁଥିଲେ । ଏହାକୁ ବିଚାରକୁ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଚାନ୍ଦବାଲି ଅଂଚଳରେ ୬ଜଣ ଏମବିବିଏସ ଡାକ୍ତରଙ୍କୁ ନିଯୁକ୍ତ ମିଳିଛି । ପ୍ରାପ୍ତ ସୁଚନା ଅନୁଯାୟୀ ଓରାସାହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡା. ଅନୁଜ୍ଞା ମିଶ୍ର,ବାଂଶଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱସ୍ତିକ ସ୍ୱାଭିମାନ ରାଉତ,ଧାମରା ନୂତନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡା.ପ୍ରତିକ୍ଷା ସିଂ,ଘଂଟେଶ୍ୱର ସ୍ୱାସ୍ଥ୍ୟ କେନ୍ଦ୍ରରେ ଡା,ଭବାନୀ ଶଙ୍କର ସ୍ୱାଇଁ,ମାଧପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଡା.ଉତ୍କଳ ନାୟକ ଏବଂ ମତୋ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡା.ସ୍ୱାଗତିକା କରଙ୍କୁ ନିଯୁକ୍ତି ଦିଆଯାଇଛି । ଆଗାମୀ ଦିନରେ ଚାନ୍ଦବାଲି ଅଂଚଳରେ ସ୍ୱାସ୍ଥ୍ୟ ସେବା ପାଇଁ ଆଉ କିଛି ଅସୁବିଧା ହେବ ନାହିଁ ଏବଂ ବାକି ଥିବା ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୁବ ଶୀଘ୍ର ଅନ୍ୟ ଏମବିବିଏସ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.