ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ମିଳିତ ସାମୁଖ୍ୟ ପକ୍ଷରୁ ଭଣ୍ଡାରିପୋଖରୀ-ମଣିନାଥପୁର ପାଳଦାବାଙ୍କରେ ଆଜି ଧାରଣା ଦିଆଯାଇଥିଲା । ଗତ ୮ବର୍ଷରେ ୨୧ କୋଟି ଟଙ୍କା ଖର୍ଚ୍ଚ ହେବା ସତ୍ତ୍ୱେ ଭଣ୍ଡାରିପୋଖରୀ-ମଣିନାଥପୁର ୧୩ କିଲୋମିଟର ପୁର୍ତ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବାରୁ ଭାରିଯାନ ଚଳାଚଳକୁ ସାମୁଖ୍ୟ ପକ୍ଷରୁ ବିରୋଧ କରାଯାଇଛି । ୩ ଟି ପର୍ଯ୍ୟାୟରେ ରାସ୍ତାକୁ ନିର୍ମାଣ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୨୦୧୮ ମସିହାରେ ତୁଲସୀପୁର ଛକ ଠାରୁ ସରସଦା ହାଇସ୍କୁଲ ଛକ ପର୍ଯ୍ୟନ୍ତ ନିର୍ମାଣ କରାଯାଇଥିବା ରାସ୍ତା ମଝିରେ ୬ଇଂଚ ଚଉଡାର ଫାଟ ସୃଷ୍ଟି ହୋଇ ବିପଦଜନକ ହୋଇଛି । ଅନୁରୂପ ଭାବେ ୨ୟ ଓ ୩ୟ ପର୍ଯ୍ୟାୟ ନିର୍ମାଣ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି । ରାସ୍ତା ନିର୍ମାଣରେ ବ୍ୟାପକ ପିସି କାରବାର ଓ ଅବସର ଗ୍ରହଣ କରିବାକୁ ଯାଉଥିବା ଯନ୍ତ୍ରୀଙ୍କ ଅହଙ୍କାର ଯୋଗୁଁ ଏହି ରାସ୍ତା ଅଗମ୍ୟ ହୋଇଛି । ତରଣୀସେନ ଜେନା, ପ୍ରଭାତ ରାଉତ, ବାବାଜି ତ୍ରିପାଠୀ, ସୁଧାଂଶୁ ମୋଦନ ମିଶ୍ର, ପର୍ଶୁରାମ ନାୟକ, ଶରତ ଚନ୍ଦ୍ର ପଲାଇ, ଧରଣିଧର ଜେନ, ହୃଦାନନ୍ଦ ଜେନା, ନରେଶ ଜେନା, ପ୍ରଶାନ୍ତ ଜେନା, ଚନ୍ଦନ ଜେନା, ମଧୁସୂଦନ ଜେନା, ପ୍ରକାଶ ଜେନା, ବିଜୟ ଜେନା ପ୍ରମୁଖ ଧାରଣାରେ ବସିରହି ଭାରିଯାନ ଚଳାଚଳ ଦ୍ୱାରା ରାସ୍ତା ବିପର୍ଯ୍ୟସ୍ତ ହେବା ଓ ରାସ୍ତା ପାଶ୍ୱର୍ବର୍ତ୍ତୀ ଗୃହରେ ଫାଟ ସୃଷ୍ଟି ହେବା ଅଭିଯୋଗ କରିଥିଲେ । ତହସିଲଦାର ସରୋଜକାନ୍ତ ନାୟକ ଓ ଥାନାଧିକାରୀ ତପନ ପ୍ରଧାନ ଧାରଣାକାରୀଙ୍କ ସହ ଆଲୋଚନା କରି ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ସ୍ଥଗିତ ରହିଥିଲା ।
Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ମିଳିତ ସାମୁଖ୍ୟ ପକ୍ଷରୁ ଧାରଣା , ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତାରେ ଭାରିଯାନ ଚଳାଚଳ ପ୍ରତିବାଦରେ