Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ବର୍ଷାବରଣ ଆସର ଓ ଆଲୋଚନା ଚକ୍ର

ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ବର୍ଷାବରଣ ଆସର ଓ ଆଲୋଚନା ଚକ୍ର

16

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ବର୍ଷାବରଣ ଆସର ଓ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି । ସଂସଦ ସଭାପତି ତଥା ବିଶିଷ୍ଟ ଇଂରାଜୀ ସାହିତ୍ୟିକ ଡଃ ସୁରେନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଶାରଦା ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ଉତ୍ସବରେ କାର୍ଯ୍ୟକାରୀ ସଭାପତି ପ୍ରକାଶ ମହାପାତ୍ର, ବରିଷ୍ଠ ଉପସଭାପତି ଅନାଦି ଚରଣ ସାହୁ, ବରିଷ୍ଠ କବି ଗୋଲକଚନ୍ଦ୍ର ମହାନ୍ତି, ଅବସରପ୍ରାପ୍ତ ପ୍ରାଧ୍ୟାପକ ମନୋଜ କୁମାର ରାଉତ, ସ୍ମୃତିଲିପି ସମ୍ପାଦକ ଭୁବନମୋହନ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷା ପ୍ରଶାସକ ପୁରୁଷୋତ୍ତମ ଧଳ, କବି ସନ୍ତୋଷ କୁମାର ସାହୁ ମଞ୍ଚାସୀନ ହୋଇ କ୍ରମବର୍ଦ୍ଧିଷ୍ଣୁ ନିଦାଘକୁ ପ୍ରତିହତ କରିବା ପାଇଁ ବୃକ୍ଷରୋପଣ ସର୍ବୋତ୍କୃଷ୍ଟ ପନ୍ଥା । ବୃକ୍ଷରୋପଣକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ ଜନଜାଗରଣ ସୃଷ୍ଟି କରିବା ସହ ଚଳିତ ବର୍ଷ ବୃକ୍ଷରୋପଣ କରି ଉଦାହରଣ ରଖିବ ବୋଲି ସଙ୍କଳ୍ପ କରିଥିଲେ । ଏହି ଅବସରରେ କବି ଗୋଲକ ଚନ୍ଦ୍ର ମହାନ୍ତିଙ୍କ ପୁସ୍ତକ ‘ଅଭିଶପ୍ତ ଇଳା’ ଉନ୍ମୋଚିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିଶୁ ସାହିତ୍ୟିକ ଜଗନ୍ନାଥ ପଣ୍ଡା, ବିଶ୍ୱମ୍ଭର ନାଥ, ଚିନ୍ତାମଣି ନାୟକ, ଜଗନ୍ନାଥ ସାମଲ, ମୁରଲିଧର ଦାସ ସାହିତ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କବି ବିଜୟ କୁମାର ସ୍ୱାଇଁ ଓ ଗୁରୁଚରଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ରାଜେଶ ବିଶ୍ୱାଳ, ବିନୋଦ ବାରିକ, ଉପେନ୍ଦ୍ର ପରିଡା, ଭରତ ଚନ୍ଦ୍ର ବେହେରା, ଜଗନ୍ନାଥ ପଣ୍ଡା, ଜଗନ୍ନାଥ ସାମଲ କବିତା ପାଠ କରିଥିଲେ । ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯିବା ସହ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ସଂସଦ ସମ୍ପାଦକ ପବନ କୁମାର ନାୟକ ଅତିଥି ପରିଚୟ ଓ ଭାଗ୍ୟଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଚନ୍ଦ୍ର ସାହୁ, ପ୍ରଭାକର ସାହୁ, ଧ୍ରୁବଚରଣ ବାରିକ ପ୍ରମୁଖ ସାହିତ୍ୟିକ ଆସରରେ ଯୋଗଦେଇଥିଲେ । ଗୁରୁଜୀ ସୁଶାନ୍ତ ସେନାପତି, ସୁଶାନ୍ତ ପଣ୍ଡା କେଶ ଚନ୍ଦ୍ର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.