Home ଜିଲ୍ଲା ପରିକ୍ରମା କୃଷି ଉଦ୍ୟାନ ପରିଦର୍ଶନ କଲେ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ

କୃଷି ଉଦ୍ୟାନ ପରିଦର୍ଶନ କଲେ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ

32

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସଂପୋଇ ଗ୍ରାମ ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ସମନ୍ୱିତ କୃଷି ଉଦ୍ୟାନକୁ ଉଚ୍ଚସ୍ତରୀୟ କୃଷି ବିଶେଷଜ୍ଞ ଦଳ ଆଜି ପରିଦର୍ଶନ କରିଥିବା ଜଣାଯାଇଛି । ରାଜ୍ୟ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶିକା ତଥା ଭଦ୍ରକ ଜିଲ୍ଲା ନୋଡାଲ ଅଧିକାରିଣୀ ସନ୍ଧ୍ୟାରାଣୀ ଗୁରୁଙ୍କ ନେତୃତ୍ୱରେ କୃଷି ପ୍ରକଳ୍ପ ଉପ ନିର୍ଦ୍ଦେଶକ ଶ୍ରୀଧର ଦାସ, କୃଷି ଉଦ୍ୟାନ ସହକାରୀ ନିର୍ଦ୍ଦେଶକ ବିଦ୍ୟୁତ୍ ଜେନା, ମୃର୍ତ୍ତିକା ସଂରକ୍ଷଣ ସହକାରୀ ଅଧିକାରୀ ରଶ୍ମିରଞ୍ଜନ ପାତ୍ର, ବ୍ଲକ କୃଷି ଅଧିକାରୀ ଝୁନୁମୟୀ ମହାନ୍ତି, ବିଟିଏମ ମାନସ ରଞ୍ଜନ ମହାପାତ୍ର, ଏଟିଏମ ମାନସ କୁମାର ଜେନା ପ୍ରମୁଖ ପୂର୍ଣ୍ଣଚନ୍ଦ୍ରଙ୍କ ମାଛଚାଷ, ଗୋପାଳନ, କୁକୁଡା ପାଳନ, ଛତୁଚାଷ, ଆମ୍ବଚାଷ, କଦଳୀ ଚାଷ ସହ ବ୍ୟାପକ ବୃକ୍ଷ ରୋପଣ ଉଦ୍ୟାନ ଓ ଧାନ ଅମଳ ଯାନ ପରିଦର୍ଶନ କରିଥିଲେ । ସମନ୍ୱିତ ଚାଷର ଅଧିକ ଅଗ୍ରଗତି ସମ୍ପର୍କରେ ବୈଷୟିକ ପରାମର୍ଶ ଦେବା ସହ ଉପଲବ୍ଧ ସରକାରୀ ସହାୟତା ଓ ପ୍ରେତ୍ସାହନ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ପାଟୁଳି ପଞ୍ଚାୟତର ଆସ୍ଥା ରାଇସ ରବର ସେଲର ଧାନକଳ ପରିଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାନ ଯୋଜନାରେ କୋଟସିରା ଗ୍ରାମର ରମେଶ ଚନ୍ଦ୍ର ଭାରତୀଙ୍କ ପୋଖରୀ, ବତକ ଓ କୁକୁଡା ଚାଷ ପରିଦର୍ଶନ କରିଥିଲେ । ଥଇଳା ଗ୍ରାମର ଟାଙ୍ଗରା ଭୂଇଁରେ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ବିସ୍ତ୍ରୃତ ଉନ୍ନତମାନର ଆମ୍ବଚାଷ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ । ଚଳିତ ବର୍ଷ ଆମ୍ବ ଫଳି ଅମଳ ଯୋଗ୍ୟ ହୋଇଥିବାରୁ ବିଶେଷଜ୍ଞ ଦଳ ସନ୍ତୋଷ ବ୍ୟକ୍ତ କରିଥିଲେ । ସମନ୍ୱିତ କୃଷି ଉଦ୍ୟାନ ପ୍ରତି ଅଧିକ ରୁ ଅଧିକ ଚାଷୀ, ବିଶେଷ କରି ଯୁବ ଚାଷୀଙ୍କୁ ଆକୃଷ୍ଟ କରି ଆଗ୍ରହୀଙ୍କୁ ଚିହ୍ନଟ କରିବାକୁ ବିଶେଷଜ୍ଞ ଦଳ ସ୍ଥାନୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.