ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଜଣେ ଲୋକପ୍ରିୟ ଓ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ସୁରଥ କୁମାର ବିଶ୍ୱାଳଙ୍କ ମୃତ୍ୟୁରେ ଏକ ସ୍ମୃତି ଚାରଣ ସଭା ତୃପ୍ତି ପ୍ଲାଜା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ବୈଲୋଚନ ବେହୁରିଆଙ୍କ ମଞ୍ଚ ଆହ୍ୱାନ ପରେ ଶାନ୍ତନୁ କୁମାର ରାଉତଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଶହଶହ ସଂଖ୍ୟାରେ ଭଦ୍ରବ୍ୟକ୍ତି ଓ ଭଦ୍ରକ ମହିଳା, ତାଙ୍କ ପରିବାରର ସମସ୍ତ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ବକ୍ତାମାନେ ଡାକ୍ତର ସୁରଥ କୁମାର ବିଶ୍ୱାଳ କେବଳ ଜଣେ ଉତ୍ତମ ଚିକିତ୍ସକ ନଥିଲେ, ସେ ଜଣେ ମାନବବାଦୀ, ପରୋପକାରୀ, ସ୍ନେହୀ, ଭଦ୍ରକ, ନମ୍ର, ବିନୟୀ ଓ ଶାନ୍ତ ସ୍ୱଭାବ ବ୍ୟକ୍ତି ଭାବରେ ସମଗ୍ର ଭଦ୍ରକ ଜିଲ୍ଲାରେ ପରିଚିତ ଥିଲେ ବୋଲି ପ୍ରକାଶ କରିଥିଲେ । ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ହିସାବେର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଜ୍ଞାନ ପ୍ରଚାର ଓ ପ୍ରସାରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିଲେ ।
ଏହି ସଭାରେ ବରିଷ୍ଠ ଆଇନଜୀବୀ ନିରାକାର ଜେନା, ଡା. ହରେକୃଷ୍ଣ ନାୟକ, ଡ. ରଘୁନାଥ ପାଢୀ, ସାହିତ୍ୟିକ ବାସୁଦେବ ବାରିକ, ପରମାନନ୍ଦ ସାହୁ, ଡା. ରବୀନ୍ଦ୍ର କୁମାର ନାୟକ, ବାବୁଲାଲ ଦାସ, ଡ. ସୁକାନ୍ତୀ ଜେନା, ଡ. ରାମଚନ୍ଦ୍ର ପଣ୍ଡା, ଡ. ରାମଚନ୍ଦ୍ର ନାୟକ, ଘନଶ୍ୟାମ ଲେଙ୍କା, ଡା. ପୂର୍ଣ୍ଣଚନ୍ଦ୍ର ଦାସ, ଡା, କୁନ୍ତଳା କୁମାର ମିଶ୍ର, ଡ. ଉତ୍ପଳା ନାୟକ, ଚନ୍ଦ୍ରଶେଖର ନାୟକ, ହରମୋହନ କୁଅଁର, ପ୍ରଭାକର ମଲ୍ଲିକ, ରବୀନ୍ଦ୍ର ନାଥ ପତି, ରମେଶ ଚନ୍ଦ୍ର ଦାସ, ଚର୍ଚ୍ଚିକା ମହାପାତ୍ର, ତ୍ୟାଗଭୂମି ସଭାପତି ଅଜୟ ନାୟକ, ଡା. ମୁରଲୀଧର ସୂତାର, ବ୍ରହ୍ମାକୁମାର ସୁଧାଂଶୁ ଓ ସୌଭାଗ୍ୟ, କୈଳାସ ଚନ୍ଦ୍ର ଓଝା, ଡ. ରାଧାରାଣୀ ମହାପାତ୍ର, ଡା. ପ୍ରଦୀପ କୁମାର ନାୟକ, ଗିରିଧାରୀ ନାୟକ, ଗୀତାରାଣୀ ଆଇଚ, କ୍ଷୀରୋଦ ମିଶ୍ର, ଗୌତମ ମହାରଣା, ବିଜୟ ବହଳୀ, ନିର୍ମଳ ଚନ୍ଦ୍ର ନାୟକ, ଡା. ସନ୍ତୋଷ କୁମାର ବେହେରା, କୃଷ୍ଣଚନ୍ଦ୍ର ଜେନା, ଅମର କୁମାର ପାଣିଗ୍ରାହୀ, ସୁବାସ ଚନ୍ଦ୍ର ରାଉତ, ଶଶୀଭୂଷଣ ପଣ୍ଡା, ଲମ୍ବୋଦର ନାୟକ, ଡା. ରବୀନ୍ଦ୍ର କୁମାର ଓଝା, ଗୋବର୍ଦ୍ଧନ ସାମଲ, ଗୌରାଙ୍ଗ ବାରିକ ପ୍ରମୁଖ ଯୋଗଦାନ କରି ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ପରିବାର ତରଫରୁ ତାଙ୍କର ବଡ଼ପୁଅ ଧନ୍ୟବାଦ ଅର୍ପଣ କରିଥିଲେ ।