Home ଜିଲ୍ଲା ପରିକ୍ରମା ଗୋପବନ୍ଧୁ ଚୌଧୁରୀଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

ଗୋପବନ୍ଧୁ ଚୌଧୁରୀଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

20

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସର୍ବୋଦୟ ସଂଗଠକ ଗୋପବନ୍ଧୁ ଚୌଧୁରୀଙ୍କର ୬୫ତମ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଗାନ୍ଧୀ ବାଳାଶ୍ରମ ପରିସରରେ ସମାରୋହରେ ପାଳିତ ହୋଇଛି । ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳ ଓ ଗାନ୍ଧୀ ବାଳାଶ୍ରମ ମିଳିତ ଆନୂକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଡ. ରାମଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ତ୍ୟାଗଭୂମିର ସଭାପତି ଅଜୟ ନାୟକ, ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ୍ ଝରଣା ପଟ୍ଟନାୟକ, ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ୍ ଗୟାଧର ପଣ୍ଡା, ଉତ୍କଳ ସର୍ବୋଦୟ ମଣ୍ଡଳର ସମ୍ପାଦକ ରମାକାନ୍ତ ମଣ୍ଡଳ, ଗାନ୍ଧୀ ବିଚାର ମଂଚର ସମ୍ପାଦକ ସୁଧାକର ରାଉତ, ବରିଷ୍ଠ ଅଧିବକ୍ତା ମନୋରଞ୍ଜନ ମହାନ୍ତି, ଯୁବ ସମାଜସେବୀ ଦେବୀ କିଙ୍କର ପାଣିଗ୍ରାହୀ, ଶିକ୍ଷାବିତ୍ ନାରାୟଣ ପାଢ଼ୀ, ଲକ୍ଷ୍ମୀକାନ୍ତ ବାରିକ. ପ୍ରକୃତି ବନ୍ଧୁ ବୈକୁଣ୍ଠ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଚୌଧୁରୀଙ୍କ ସ୍ୱାଧୀନତା ସଂଗ୍ରାମର ଯୋଗଦାନ, ଦେଶପ୍ରେମ, ସମାଜସେବା, ନାରୀ ଶିକ୍ଷା, ନିଶା ନିବାରଣ, କୁଷ୍ଠ ରୋଗୀଙ୍କ ସେବା, ଆର୍ଥିକ ସମତା, ରାଷ୍ଟ୍ରଭକ୍ତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଯଥାର୍ଥରେ ସେ ଥିଲେ ଜଣେ ସ୍ୱଚ୍ଛ ଗାନ୍ଧୀବାଦୀ ଓ ରଚନାତ୍ମକ କର୍ମୀ । ସତ୍ୟ, ଅହିଂସା, ସର୍ବୋଦୟ, ସତ୍ୟାଗ୍ରହ ପରି ସ୍ୱର୍ଗତ ଚୌଧୁରୀଙ୍କ ଆଦର୍ଶରେ ଆମେ ଅନୁପ୍ରାଣିତ ହେଲେ ଏକ ସୁସ୍ଥ ସମାଜ ଗଠନ ହେଇପାରିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ସର୍ବୋଦୟ ମଣ୍ଡଳର ସଭାପତି ଅମର କୁମାର ପାଣିଗ୍ରାହୀ ସଭାର ଉଦ୍ଦେଶ୍ୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.