Home ଜିଲ୍ଲା ପରିକ୍ରମା ବଜ୍ରପାତରେ ଐତିହାସିକ ବିରଞ୍ôଚ ନାରାୟଣମନ୍ଦିର ପଥର ଖସିବା ପ୍ରସଂଗ, କ୍ଷେତ୍ର ଅନୁଧ୍ୟାନ କଲେ ପୂର୍ବତନ ବିଧାୟକ...

ବଜ୍ରପାତରେ ଐତିହାସିକ ବିରଞ୍ôଚ ନାରାୟଣମନ୍ଦିର ପଥର ଖସିବା ପ୍ରସଂଗ, କ୍ଷେତ୍ର ଅନୁଧ୍ୟାନ କଲେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ

30

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ପଞ୍ଚାୟତ ଅଧିନ ପାଳିଆ ଗ୍ରାମରେ ଥିବା ଐତିହାସିକ ବିରଞ୍ôଚ ନାରାୟଣ ମନ୍ଦିରରେ ବଜ୍ରପାତ ଘଟି ଗତ ୨୩ ତାରିଖରେ ଏକ ପାଶ୍ୱର୍ରୁ ମନ୍ଦିର ଫାଟି ପଥର ଖସିପଡ଼ିଛି । ମନ୍ଦିରରେ ଫାଟ ସୃଷ୍ଟି ହେବା ଦ୍ୱାରା ଦକ୍ଷିଣ ଓ ଉତ୍ତର ଦ୍ୱାରର କବାଟ ଖୋଲିବାରେ ବାଧା ସୃଷ୍ଟି ହେଉଛି । ଏଥିସହିତ ବଜ୍ରପାତ ମନ୍ଦିରର ଗର୍ଭଗୃହକୁ କେତେମାତ୍ରାରେ ପ୍ରଭାବିତ କରିଛି ତାହା ଆକଳନ କରି ହେଉନାହିଁ । ଯାହାକୁ ନେଇ ସାରା ଜିଲା ଓ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି । ଏହି ମନ୍ଦିରକୁ ଦ୍ୱିତୀୟ ଅର୍କକ୍ଷେତ୍ର ବୋଲି କୁହାଯାଉଛି । ନବମ ଶାତାବ୍ଦୀରେ ମନ୍ଦିର ନିର୍ମିତ ହୋଇଥିବା ପ୍ରତ୍ନତତ୍ତ୍ୱ ବିଭାଗ ଓ ଐତିହାସିକ ମତ ଦିଅନ୍ତି । ଇତି ମଧ୍ୟରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଦ୍ୱାରା କିଛି କାର୍ଯ୍ୟ ସମ୍ପାଦିତ ହୋଇଥିଲେ ମଧ୍ୟ ମନ୍ଦିର ମୁଖ୍ୟ ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାରୀ କାମ କରାଯାଇ ନାହିଁ । ଏ ସମ୍ପର୍କରେ ଟ୍ରଷ୍ଟୀ ବୋର୍ଡ଼ ପକ୍ଷରୁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ପଦକ୍ଷେପ ନେବାକୁ ନିବେଦନ କରାଯାଇଛି ।

ଏଥି ସହିତ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସଚିବ ଓ ନିର୍ଦ୍ଦେଶକ ସଂସ୍କୃତି ବିଭାଗକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଖବର ପାଇ ମଙ୍ଗଳବାର ପୂର୍ବାହ୍ନରେ ପୂର୍ବତନ ବିଧାୟକ ତଥା ସାଂସଦଙ୍କ ପ୍ରତିନିଧି ମୁକ୍ତିକାନ୍ତ ମଣ୍ଡଳ ମନ୍ଦିର ନିକଟରେ ପହଞ୍ôଚ ଅନୁଧ୍ୟାନ କରିଛନ୍ତି । ଆସନ୍ତା କାଲି ବୁଧବାର ଏ ନେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନି ପାତ୍ରଙ୍କୁ ସାସଦ ଶ୍ରୀମତୀ ମଣ୍ଡଳ ଭେଟି ଆଲୋଚନା କରିବା ସହ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗକୁ ମଧ୍ୟ ଜଣାଇ ତୁରନ୍ତ ମନ୍ଦିରର ମରାମତି ଓ ସୁରକ୍ଷା ଦିଗରେ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି । ସାଂସଦଙ୍କ ସହିତ ଟ୍ରଷ୍ଟି ବୋର୍ଡ଼ ପରିଚାଳକ ବସନ୍ତ କୁମାର ନାୟକ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ନିକଟକୁ ଯିବେ ବୋଲି ଜଣା ପଡ଼ିଛି । ପୂର୍ବତନ ବିଧାୟକଙ୍କ ଅନୁଧ୍ୟାନ ବେଳେ ମନ୍ଦିର ଟ୍ରଷ୍ଟି ବୋର୍ଡ଼ର ମୁଖ୍ୟ ପରିଚାଳକ ବସନ୍ତ କୁମାର ନାୟକ, ସମ୍ପାଦକ ବାବାଜୀ ବିଶ୍ୱାଳ, ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ପଣ୍ଡା, ସୁଧନ୍ୱା ନାୟକ, ଗଜେନ୍ଦ୍ର ପଲେଇ, ମାଳି ବିଜୟ ପାତ୍ର, ପୂଜକ ରବିନ୍ଦ୍ର ପଣ୍ଡା, ପ୍ରଦୀପ ସାହୁ, ରଣଜିତ୍ ନାୟକ, ପ୍ରଦୀପ ନାୟକ, ପ୍ରବୀର ନାୟକ, ଦୁଷ୍ମନ୍ତ ଦାସ, ସରପଞ୍ଚଙ୍କ ପ୍ରତିନିଧି ଅମୀୟ ରଂଜନ ମଲ୍ଲିକ, ସେଖ୍ ଇସଲାମ, ସେଖ ଅୟୁବ, ସେଖ୍ ରାଜୁ ସାହା, ସେଖ୍ ଟାରୁ, ସେଖ୍ କାଳନ୍ଦୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.