Home ଜିଲ୍ଲା ପରିକ୍ରମା କେନ୍ଦ୍ରଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ବିଜେପି ପକ୍ଷରୁ ସ୍କାରକପତ୍ର ପ୍ରଦାନ, ଆଖୁଆପଦାରେ ବ୍ୟାରେଜ ନିର୍ମାଣ ଦାବି

କେନ୍ଦ୍ରଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ବିଜେପି ପକ୍ଷରୁ ସ୍କାରକପତ୍ର ପ୍ରଦାନ, ଆଖୁଆପଦାରେ ବ୍ୟାରେଜ ନିର୍ମାଣ ଦାବି

34

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀର ଆଖୁଆପଦା ବ୍ୟାରେଜ ନିର୍ମାଣ ଦାବିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମନ୍ତ୍ରୀ ଶ୍ରୀ ଟୁଡୁଙ୍କ ମୟୁରଭଞ୍ଜ ଗସ୍ତ ଅବସରରେ ଭଦ୍ରକ ଠାରେ ଗତ ରବିବାର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସମ୍ପ୍ରତି ବୈତରଣୀ ନଦୀର ବିଭିନ୍ନ ସ୍ତାନରେ ବ୍ୟାରେଜ ନିର୍ମାଣ ହେଉଥିବା ବେଳେ ବ୍ୟାରେଜ ନିର୍ମାଣ ପାଇଁ ସବୁଠାରୁ ଉପଯୁକ୍ତ ସ୍ଥାନ ଭାବେ ଆଖୁଆପଦାକୁ ବିବେଚନା କରାଯାଉଛି । ଆଖୁଆପଦାରେ ଥିôବା ଆନିକଟ ରୂପକ ଭିତ୍ତିଭୂମିକୁ ଉନ୍ନତିକରଣ କରାଯାଇ ଭଦ୍ରକ ଓ ଯାଜପୁର ଜିଲ୍ଲାର ଉଭୟ ବ୍ୟାପକ ଜଳସେଚନ ଓ ବନ୍ୟାନିୟନ୍ତ୍ରଣ ଉଦ୍ଦେଶ୍ୟରେ ଉପଯୋଗ କରାଯାଇପାରିବ । ଏଭଳି ଲକ୍ଷ୍ୟ ଅନ୍ୟ କୌଣସି ବ୍ୟାରେଜ ପୂରଣ କରିବା ସମ୍ଭବ ନୁହେଁ । ମାତ୍ର ବାରମ୍ବାର ଦାବି ସତ୍ତ୍ୱେ ରାଜ୍ୟ ସରକାର ଆଖୁଆପଦା ବ୍ୟାରେଜ ନିର୍ମାଣ ପ୍ରସଙ୍ଗକୁ ଅଣଦେଖା କରୁଥିବାରୁ ବିଜେପି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏହି ଦାବି ଦୋହରାଇଛି । ସେହିପରି ଆନିକଟ ସିଷ୍ଟମର ହାଇଲେବୁଲ କେନାଲ, ମାଇନର କେନାଲ ଓ ଡିଷ୍ଟ୍ରିବ୍ୟୁଟାରୀଗୁଡିକର ଉନ୍ନତିକରଣ କରିବା, ବନ୍ଦାଳୋ-ମଢିଆଳି ଓ ଝୁଟୁଣା ପଞ୍ଚାୟତର ଗ୍ରାମଗୁଡିକୁ ନଦୀ କୂଳକ୍ଷୟରୁ ସୁରକ୍ଷା ଦେବା, କଣ୍ଟି ଘାଇର ଉଚ୍ଚତା ବୃଦ୍ଧି କରିବା, ନଦୀର ବାମପାଶ୍ୱର୍ ବନ୍ଧ ସୁଦୃଢ କରିବା ପାଇଁ ଶ୍ରୀ ଧଳ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ଗ୍ରହଣ କରିବା ସହ ଅବିଳମ୍ବେ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଆଖୁଆପଦା ଗସ୍ତ କରି ନିର୍ମାଣ ସମ୍ପର୍କରେ ସୁପାରିଶ କରିବେ ବୋଲି ଆଶ୍ୱାସନା ଦେଇଥିଲେ । ଆବଶ୍ୟକ ହେଲେ ଶ୍ରୀ ଟୁଟୁ ମଧ୍ୟ ଆଖୁଆପଦା ଗସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିଯୋଗୁଁ କେନ୍ଦ୍ରୀୟ ଅର୍ଥରେ ଆଖୁଆପଦା ବ୍ୟାରେଜ ନିର୍ମାଣ ସାକାର ହୋଇପାରିବ ବୋଲି ବିଜେପି ନେତା ଶ୍ରୀ ଧଳ ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.