ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆଶାକର୍ମୀମାନେ ଧାରଣା ଦେଇଥିବା ଜଣାଯାଇଛି। ଓଡିଶା ଆଶାକର୍ମୀ ଆହ୍ୱାନରେ ଆଶାକର୍ମୀମାନେ ୨୦ଦଫା ଦାବି ପୂରଣ ପାଇଁ ଏହି ଧାରଣା ଦେଇଥିଲେ। ଆଶାକର୍ମୀଙ୍କୁ ସ୍ଥାୟୀ ସରକାରୀ କର୍ମଚାରୀ ମାନ୍ୟତା, ୨୬ହଜାର ମାସିକ ଦରମା, ଅବସରକାଳୀନ ପେନସନ ପ୍ରଦାନ, ଆଶାକର୍ମୀଙ୍କୁ ଭବିଷ୍ୟନିଧି ଯୋଜନାରେ ସାମିଲ କରାଯିବା, ଶ୍ରମିକ ବିରୋଧି ୪ଟି କୋଡ ବାତିଲ କରିବା, ମୃତ୍ୟୁକାଳୀ ଓ ଅବସରକାଳୀନ ସହାୟତା ୮ଲକ୍ଷ ଟଙ୍କା ପ୍ରଦାନ, ସମସ୍ତ ପ୍ରାପ୍ୟ ନିୟମୀତ ଭାବେ ପ୍ରଦାନ କରାଯିବା ଆଦି ଦାବି ଅନ୍ତର୍ଭୁକ୍ତ। ଏହି ଦାବି ପୂରଣ ପାଇଁ ଗତ ବିଧାନସଭା ସମ୍ମୁଖରେ ଧାରଣା ସହ ଅନିର୍ଦ୍ଦଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଆଶାକର୍ମୀ ସଭାନେତ୍ରୀ ପଦ୍ମିନୀ ପଣ୍ଡା, ସମ୍ପାଦକ ପ୍ରତିମା ସାମଲ, ଜିଲ୍ଲା ସଂଯୋଜକ ନରନାରାୟଣ ପାତ୍ର, ଚାନ୍ଦବାଲି ସଂଯୋଜକ ମଳୟ ଭୋଇ ପ୍ରମୁଖ ଅଧିକ୍ଷକଙ୍କୁ ଲିଖିତ ଭାବେ ଜଣାଇ ଧାରଣା ଦେଇଥିଲେ।