Home ଜିଲ୍ଲା ପରିକ୍ରମା ତିହିଡ଼ି ବଜାରରେ ବରଯାତ୍ରୀଙ୍କ ବାଣ ନିଆଁରୁ ପୋଡ଼ିଗଲା ୭ ଦୋକାନ

ତିହିଡ଼ି ବଜାରରେ ବରଯାତ୍ରୀଙ୍କ ବାଣ ନିଆଁରୁ ପୋଡ଼ିଗଲା ୭ ଦୋକାନ

55

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବଜାରରେ ବରଯାତ୍ରୀଙ୍କ ବାଣ ନିଆଁରୁ ୭ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ବୁଧବାର ରାତିରେ ଏକ ବରଯାତ୍ରୀ ଦଳ ଶୋଭାଯାତ୍ରାରେ ଯାଉଥିବା ବେଳେ ବାଣ ଫୁଟାଇଥିଲେ। ଏହି ବାଣ ନିଆଁରେ ତିହିଡ଼ି ବଜାର ଡାକବଙ୍ଗ ଛକ ନିକଟରେ ଥିବା ସୁରେନ୍ଦ୍ର କୁମାର ସାହୁଙ୍କ ରେଡ଼ିମେଟ ଦୋକାନ, ସୀତାକାନ୍ତ ମହାରାଜଙ୍କ ପୁଟୁଳିବଣିଆ ଦୋକାନ, ସେକ୍ ଲିୟାକତଙ୍କ ଟେଲର ଦୋକାନ, ବୀରସେନ ମହାଳିକଙ୍କ କବିରାଜ କ୍ଲିନିକ, ରବୀନ୍ଦ୍ର ମହାଳିକଙ୍କ ଫଟୋ ଦୋକାନ, ହରେକୃଷ୍ଣ ବେହେରାଙ୍କ ଫଳ ଦୋକାନ, ସୁଜାତା ଲେଙ୍କାଙ୍କ ପାନ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଛି। ଅଗ୍ନିକାଣ୍ଡରେ ୧୦ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଛି। ଖବର ପାଇ ତିହିଡ଼ି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନି ବିପ୍ନ ଦୋକାନୀମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ତିହିଡ଼ି ବଜାର ବଣିକ ସଂଘ ପକ୍ଷରୁ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.