ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ଶିକ୍ଷା ନୀତି – ୨୦୨୦, ବିଦ୍ୟାର୍ଥୀଙ୍କ ପାଇଁ ସ୍ୱଳ୍ପ ସମସ୍ୟା ସୃଷ୍ଟି କରୁଥିଲେ ବି ଏହାର ଲକ୍ଷ୍ୟ ଓ ଆଭିମୁଖ୍ୟ ଯେ ଭାରତବର୍ଷର ପ୍ରକୃତ ବିଶେଷଜ୍ଞ ତିଆରି କରି ପାରିବ ଏବଂ ସମସ୍ତ ବିଦ୍ୟାର୍ଥୀ ମେଧାବୀ ହୋଇ ପାରିବେ ବୋଲି ଭଦ୍ରକ ମହିଳା ମହାବିଦ୍ୟାଳୟର ‘ଶିକ୍ଷା ବିଭାଗ’ର ସଂପାନ କାର୍ଯ୍ୟକ୍ରମରେ ମୁଖ୍ୟ ବିଷୟ ବିଶାରଦ ଭାବରେ ଯୋଗ ଦେଇଥିବା ଫକୀର ମୋହନ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଶିକ୍ଷା ବିଭାଗର ସହକାରୀ ପ୍ରଫେସର ଡ. ରଂଜନ କୁମାର ରାଉତ ମତବ୍ୟକ୍ତ କରିଥିଲେ। ରାଜନୀତି ବିଜ୍ଞାନର ମୁଖ୍ୟ ପ୍ରାଧ୍ୟାପିକା ଅନୀତା ଦଳାଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପାଠଚକ୍ରରେ ଶିକ୍ଷା ବିଭାଗର ମୁଖ୍ୟ ଡ. ଆଭାମୟୀ ମହାପାତ୍ର ଆଲୋଚ୍ୟ ବିଷୟ ଉପରେ ପ୍ରାଗ୍ଭାଷ ସହିତ ଅତିଥି ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ଜ୍ୟୋତ୍ସ୍ନାରାଣୀ ଲେଙ୍କା ସ୍ୱାଗତ ଭାଷଣ ସହିତ ପାଠଚକ୍ର ସମ୍ପର୍କରେ ବିଷଦ୍ ବିବରଣୀ ପ୍ରଦାନ କରିଥିଲେ। ଡେମୋନ୍ଷ୍ଟ୍ରେଟର ସ୍ନିଗ୍ଧାରାଣୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆକାଂକ୍ଷା ପଣ୍ଡା, ଜୟଶ୍ରୀ ମହାକୁଡ଼, ଝିଲିରାଣୀ ରାଉତ, ସବାନା କାଦ୍ରୀ, ଚନ୍ଦ୍ରିକା ରାଉତ, ରଂଜିତା ରାଣୀ ସୂତାର, କାଜଲ ଦାସ ପ୍ରମୁଖ ଛାତ୍ରୀ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନଙ୍କ ମଧ୍ୟରେ ସୌଦାମିନୀ ରାଉତ, ସୁବାସିନୀ ସେଠୀ, ସେଲିଷ୍ଟିନା ଇକ୍କା, ଇପ୍ସିତା ବିଶ୍ୱାଳ, ଡ. ଅଭୟ କୁମାର ଦାସ, ନସିମା ନିଖତ, ନସିମା ଖାତୁନ, ସ୍ମିତା ରାଉତ, ଭବେଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସୋମା ପରୱିନ୍, ସ୍ୱର୍ଣ୍ଣପ୍ରଭା ସାହୁ, ଗୀତାଞ୍ଜଳୀ ସାହୁ ପ୍ରମୁଖ ସେମିନାର ପରିଚାଳନା କରିଥିଲେ।