ନୂଆଦିଲ୍ଲୀ, ଫେବୃଆରୀ ୨୧ (ଓଡ଼ିଆ ପୁଅ) ଟ୍ରେନ ପାର୍ସଲ ଏବଂ ଚୋରିରୁ ରକ୍ଷା ପାଇବା ପାଇଁ ରେଳବାଇରେ ଖୁବ୍ ଶୀଘ୍ର ଏକ ଓଟିପି ଆଧାରିତ ଡିଜିଟାଲ୍ ଲକିଂ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ନ୍ୟୁଜ ଏଜେନ୍ସି ପିଟିଆଇକୁ କହିଥିବା ଖବର ପ୍ରକାଶ ପାଇଛି।
ଏହି ସିଷ୍ଟମ୍ ରେ ସାଧାରଣତଃ ଏକ ସ୍ମାର୍ଟ ଲକ୍ ପ୍ରଦାନ କରାଯାଇଥାଏ ଯାହା ଜିପିଏସ୍ ସକ୍ଷମ ହୋଇଥାଏ ଯାହା ଗାଡିର ଲାଇଭ୍ ଟ୍ରାକିଂ ଅନୁଯାୟୀ ବ୍ୟବହାର କରାଯାଇଥାଏ ଏହା ଦ୍ୱାରା ଚୋରୀ ହ୍ରାସ କରିଥାଏ।
ଏହି ବ୍ୟବସ୍ଥାରେ ପ୍ରତ୍ୟେକ ଷ୍ଟେସନରେ ରେଳ କର୍ମଚାରୀମାନେ ଓଟିପି ଗ୍ରହଣ କରିବେ ଯାହା ସିଷ୍ଟମ ସୁରୁଖୁରୁରେ ଚଳାଇବା ପାଇଁ ଲୋଡିଂ କିମ୍ବା ଅନଲୋଡିଂ କରିବାକୁ ପଡିବ।