Home ଜିଲ୍ଲା ପରିକ୍ରମା ମିଳିତ ଜନଶୁଣାଣି ଶିବିରରେ ୯୨ ଅଭିଯୋଗ

ମିଳିତ ଜନଶୁଣାଣି ଶିବିରରେ ୯୨ ଅଭିଯୋଗ

35

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ଆୟୋଜିତ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନାଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏସ୍‌.ପି ବରୁଣ ଗୁଣ୍ଟୁପାଲି ଯୋଗ ଦେଇ ସମୁଦାୟ ୯୨ଟି ଅଭିଯୋଗର ଶୁଣାଣି କରି ସମାଧାନ ପାଇଁ ଉପସ୍ଥିତ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ୧ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ସମୁଦାୟ ଅଭିଯୋଗ ମଧ୍ୟରେ ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ୮୮ଟି ଅଭିଯୋଗ ଥିଲା ବେଳେ ୪ଟି ସାମହୂହିକ ସମସ୍ୟା ଭିତ୍ତିକ ଥିଲା। ସି.ଡ଼ି.ଓ. ପ୍ରତାପ ପ୍ରୀତୀମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର ପ୍ରମୁଖ ଏହି ଶିବିରରେ ଯୋଗ ଦେଇଥିଲେ। ଜିଲ୍ଲାସ୍ତରୀୟ ଓ ଭଦ୍ରକ ବ୍ଲକ ସ୍ତରୀୟ ଅଧିକାରୀମାନେ ମଧ୍ୟ ଶିବିରରେ ଉପସ୍ଥିତ ରହି ଜନାଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ। ଉକ୍ତ ଶିବିର ଆୟୋଜନରେ ଭଦ୍ରକ ବ୍ଲକ୍‌ର ବି.ଡ଼ି.ଓ. ସୀତାକାନ୍ତ ରାଉତ ଓ ବ୍ଲକ୍‌ର ଅନ୍ୟ କର୍ମଚାରୀ ଜିଲ୍ଲାକାର୍ଯ୍ୟାଳୟର ଲିସାରାଣୀ ରାଉତ ପ୍ରମୁଖ ଆନୁସଙ୍ଗିକ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.