ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନେହେରୁ ଯୁବକେନ୍ଦ୍ର, ଭଦ୍ରକ ଦ୍ୱାରା ଜିଲ୍ଲାସ୍ତରୀୟ ଏକ କ୍ରୀଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିିତ ଏଡି କ୍ରୀଡ଼ା ପ୍ରତିଯୋଗିତାକୁ ଭଦ୍ରକ ମହାବିଦ୍ୟାଳୟର ଅଧ୍ୟାପକ ଶୁଭେନ୍ଦୁ କୁମାର ବରାଳ ଏବଂ ପି.ଇ.ଟି. ସନ୍ଧ୍ୟାରାଣୀ ମଲ୍ଲିକ୍ ଉଦ୍ଘାଟନ କରିଥିଲେ। ପୁରୁଷ ବର୍ଗରେ ଭଲିବଲ, କବାଡ଼ି, ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ ସହ ମହିଳା ବର୍ଗରେ ୧୦୦ ମିଟର ଦୌଡ଼କୁ ନେଇ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କ୍ରୀଡ଼ା ପାଇଁ ପୁରସ୍କାର ବିତରଣ ସଭାରେ ସଭାପତିତ୍ୱ କରିଥିଲେ ଜିଲ୍ଲା ଯୁବ ଅଧିକାରୀ ବିଘ୍ନେଶ ଏମ୍ ଏବଂ ମୁଖ୍ୟ ଅତିଥି ଭାବେ ଭଦ୍ରକ ପୌର ପରିଷଦର ଅଧ୍ୟାକ୍ଷା ଗୁଲମକୀ ଦଲୱାଜି ହବିବ୍ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଅନ୍ୟତମ ଅତିଥି ଭାବେ ସହାୟକ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ାଧିକାରୀ ଅନୂପ କୁମାର ବେହେରା, ସପ୍ତମ ଏନ୍.ସି.ସି.ବାଟାଲିଅନ୍ର ସିନିୟର ଆସିଷ୍ଟାଣ୍ଟ ରବିନାରାୟଣ ପଣ୍ଡା, ଏଥିରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାର ସ୍ୱେଚ୍ଛାସେବୀ ସତ୍ୟବ୍ରତ ଦାସ ଓ ମାଧବାନନ୍ଦ ନାଥ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ। ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ କ୍ୟାରମ୍ ବୋର୍ଡ଼, ଭଲିବଲ୍, ଭଲି ନେଟ୍, ଫୁଟବଲ, ବ୍ୟାଡ଼ମିଣ୍ଟନ, ବ୍ୟାଡ଼୍ମିଣ୍ଟନ ନେଟ୍ ଭଳି ବିଭିନ୍ନ କ୍ରୀଡ଼ା ଉପକରଣ ସବୁ ସଂପୃକ୍ତ ଖେଳ ର ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ରୂପେ ପ୍ରଦାନ କରାଯାଇଥିଲା।