ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ପଞ୍ଚାୟତର ବରାହନୂଆପଡା ଗ୍ରାମରେ ସୋମବାର ସକାଳେ ସଂଘଟିତ ସଂଘର୍ଷ ଘଟଣାରେ ୨ ପରସ୍ପର ବିରୋଧି ମାମଲା ଋଜୁ ହୋଇଛି। ଅକ୍ଷୟ ମଲ୍ଲିକଙ୍କ ଅଭିଯୋଗ ଅନୁଯାୟୀ ଗୋଲେଖ ମଲ୍ଲିକ ରାସ୍ତା କାର୍ଯ୍ୟ କରିବାକୁ ଯାଉଥିବା ବେଳେ ଗ୍ରାମର ଅକ୍ଷୟ ନାୟକ, ପ୍ରଫୁଲ୍ଲ ନାୟକ, ବିଜୟ ନାୟକ ପ୍ରମୁଖ ୪୩ଜଣ ସଂଘବଦ୍ଧ ଭାବେ ମାରଣାସ୍ତ୍ର ସହାୟତାରେ ମରଣାନ୍ତକ ଆକ୍ରମଣ କରିଥିଲେ। ମୁମୁର୍ଷୁ ଅବସ୍ଥାରେ ଗୋଲେଖ ଓ ଶଙ୍କର୍ଷଣ ମଲ୍ଲିକଙ୍କୁ ଯାଜପୁର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ଗୋଲେଖଙ୍କୁ କଟକ ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଗୋଲେକ ମୃତ୍ୟୁବରଣ କରିଥିଲା। ମୃତ ଗୋଲେଖର ଶବ ସୋମବାର ରାତ୍ରରେ ସତ୍କାର କରାଯାଇଛି। ଶଙ୍କର୍ଷଣ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଅକ୍ଷୟ ମଲ୍ଲିକଙ୍କ ଅଭିଯୋଗ ଅନୁଯାୟୀ ଥାନା ୭/୨୩ନଂ ହତ୍ୟାମାମଲା ୪୩ ଜଣ ଅଭିଯୁକ୍ତଙ୍କ ନାମରେ ଋଜୁ ହୋଇଛି। ୨ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଛି। ସେହିପରି ଗ୍ରାମର ତିଳୋତ୍ତମା ନାୟକଙ୍କ ଅଭିଯୋଗ ଆଧାରରେ ୭୨ ଜଣ ଅଭିଯୁକ୍ତଙ୍କ ନାମରେ ୮/୨୩ନଂ ମାମଲା ଋଜୁ କରାଯାଇଛି। ପୁଲିସ ବୈଜ୍ଞାନିକ ଦଳ ଗ୍ରାମରେ ପହଞ୍ôଚ ଅନୁଧ୍ୟାନ ଚଳାଇଛି। ଉପଖଣ୍ଡ ପୁଲିସ ଅଧିକାରୀ ବିଜୟକୃଷ୍ଣ ମହାପାତ୍ରଙ୍କ ନେତୃତ୍ୱରେ ସଶସ୍ତ୍ର ସୁରକ୍ଷାବଳ ଗ୍ରାମରେ ଡେରା ପକାଇଛନ୍ତି। ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଗିରଫଦାରୀ ଆଶଙ୍କାରେ ଗ୍ରାମ ପୁରୁଷ ଶୂନ୍ୟ ହୋଇଯାଇଛି।
Home ଜିଲ୍ଲା ପରିକ୍ରମା ବରାହ ନୂଆପଡା ଗ୍ରାମରେ ପୁଲିସ ବୈଜ୍ଞାନିକ ଅନୁସନ୍ଧାନକାରୀ ଦଳ, ଉଭୟ ପକ୍ଷରୁ ୨ ମାମଲା ଋଜୁ,...








