Home ଜିଲ୍ଲା ପରିକ୍ରମା ସମ୍ମାନ ଓ ସମ୍ବର୍ଦ୍ଧନା କାର୍ଯ୍ୟକରିବାକୁ ପ୍ରେରଣା ଯୋଗାଏ, ଯମୁନାଲାଲ ବଜାଜ୍ ପୁରସ୍କାରପ୍ରାପ୍ତ ସୋଫିଆ ଶେଖ୍‌ଙ୍କୁ ସମ୍ବର୍ଦ୍ଧନା

ସମ୍ମାନ ଓ ସମ୍ବର୍ଦ୍ଧନା କାର୍ଯ୍ୟକରିବାକୁ ପ୍ରେରଣା ଯୋଗାଏ, ଯମୁନାଲାଲ ବଜାଜ୍ ପୁରସ୍କାରପ୍ରାପ୍ତ ସୋଫିଆ ଶେଖ୍‌ଙ୍କୁ ସମ୍ବର୍ଦ୍ଧନା

41

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମଜର ଅବହେଳିତ, ନିଷ୍ପେସିତ, ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ, ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଉଇକର ଫର କମ୍ୟୁନିଟି ସଂସ୍ଥାର ସମ୍ପାଦିକା ତଥା ଦୀର୍ଘ ୧୭ ବର୍ଷ ପୂର୍ବେ ତିନ୍ ତଲାକ୍ ବିରୁ୍‌ଦ୍ଧରେ ସ୍ୱରୋତ୍ତଳନ କରି ଦିଲ୍ଲୀ ଦରବାରରେ ଚର୍ଚ୍ଚିତ ହୋଇଥିବା ସୋଫିଆ ଶେଖ୍ ମର୍ଯ୍ୟାଦାଜନକ ଯମୁନାଲାଲ ବଜାଜ୍ ପୁରସ୍କାର – ୨୦୨୨ ପାଇଥିବା ଭଦ୍ରକର ବିଶିଷ୍ଟ ନାରୀ ସମାଜସେବିକାଙ୍କୁ ଆଜି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଫେଲୋସିପ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଭଦ୍ରକ ୱାନ୍ ଷ୍ଟପ୍ ସେଣ୍ଟର ପ୍ରାଙ୍ଗଣରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବିଶିଷ୍ଟ ଅଧିବକ୍ତା ନିରାକାର ଜେନା ପୌରୋହିତ୍ୟ କରିଥିବା ବେଳେ ଫେଲୋସିପ୍‌ର ଅଧ୍ୟକ୍ଷ ଲଲାଟେନ୍ଦୁ ମହାନ୍ତି ସଂଯୋଜନା କରିଥିଲେ। ଉତ୍ସବରେ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜୟନ୍ତୀ ବେହେରା, ପ୍ରକଳ୍ପ ଅଧିକାରିଣୀ ଚନ୍ଦ୍ରା ସାହୁ, ଇନରହୁଇଲ କ୍ଳବ ଅଧ୍ୟକ୍ଷା କାଦମ୍ବିନୀ ମହାନ୍ତି, ଅଖିଳ ଗଣତାନ୍ତ୍ରିକ ମହିଳା ସଂଗଠନ ଅଧ୍ୟକ୍ଷା ପ୍ରଭାତୀ ଜେନା, ଫେଲୋସିପ୍ ପରିଚାଳନା ସମିତି ସଦସ୍ୟା ଶକୁନ୍ତଳା ନାୟକ, ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ଜିଲ୍ଲା ସମ୍ପାଦକ କୈଳାସ ମହାପାତ୍ର, ଅତିରିକ୍ତ ଜିଲ୍ଳା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତି, ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ବିଜୟକେତନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶେଖ୍ ସୋଫିଆଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବର୍ଦ୍ଧନାର ଉତ୍ତରରେ ସୋଫିଆ କହିଥିଲେ କି ସମ୍ମାନ, ସମ୍ବର୍ଦ୍ଧନା ପାଇଁ ଆଶା କରି କେହି କେବେ କାର୍ଯ୍ୟ କରି ନଥାଏ। ନିଜର କାର୍ଯ୍ୟ ଦକ୍ଷତା ସେ ସବୁକୁ ଅପଣାଛାଏଁ ଆଣି ଦେଇଥାଏ। ଯାହା କାର୍ଯ୍ୟ କରିବାକୁ ଆହୁରି ଅôଧକ ପ୍ରେରଣା ଦାୟକ ହୋଇଥାଏ। ନିଷ୍ଠାର ସହିତ କାର୍ଯ୍ୟ କଲେ ଲୋକମାନଙ୍କ ମଧ୍ୟରେ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ପ୍ରତି ରହିଥିବା ଭ୍ରାନ୍ତ ଧାରଣଶ ନିଶଚିତ ପକ୍ଷେ ଦିନେ ଦୂର ହେବ ଏବଂ ଲୋକେ ସଂଗଠନକୁ ସହଯୋଗ କରିବେ ବୋଲି କହିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଫେଲୋସିପ୍‌ର ସମ୍ପାଦକ ଏସ.ଏମ. ଫାରୁକ ସ୍ୱାଗତ ଭାଷଣ ରଖିଥିବା ବେଳେ ପୂର୍ବତନ ଜିଲ୍ଳା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ୍‌, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ନାଟ୍ୟଗୌରବ ପ୍ର. ଅଟଳ ବିହାରୀ ନାୟକ, ଜିଲ୍ଳା ଖାଉଟି ଫୋରମ୍ ସଭାପତି ଶିବ ପ୍ରସାଦ ମହାନ୍ତି, ପୂର୍ବତନ କାଉନସିଲର ଅସ୍‌ରଫ୍ ଅଲୀ, ଅସୀମା ନାୟକ, ଅନିମା ପଣ୍ଡା, କାସିମ୍ ଭାଇ, ସୁନା ପଣ୍ଡା, ଶିକ୍ଷକ ନେତ୍ରୀ ଚାରୁଲତା ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖି ସୋଫିଆ ଶେଖ୍‌ଙ୍କ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରିଥିଲେ। ୱାନ୍ ଷ୍ଟପ୍ ସେଣ୍ଟରର କେନ୍ଦ୍ର ସଂଯୋଜିକା ପୁଷ୍ପାଞ୍ଜଳୀ ବେହେରା ଧନ୍ୟବାଦ ର୍ପଣ କରିଥିବା ବେଳେ ଫେଲୋସିପ୍‌ର ସମସ୍ତ କର୍ମକର୍ତ୍ତା, ସଦସ୍ୟ ସଦସ୍ୟା ଉତ୍ସବକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.