ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ତମାଖୁ ନୟନ୍ତ୍ରଣ କାର୍ଯ୍ୟକ୍ରମ ଆଧାରରେ ଆଜି ଧୁଷୁରୀ ବଜାରରେ ଧରପଗଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏପିଡ଼େମିଲୋଜିଷ୍ଟ ଡା. କାଶୀନାଥ ପଣ୍ଡାଙ୍କ ନେତୃତ୍ୱରେ ଅବକାରୀ ବିଭାଗର ଧାମନଗର ଓ.ଆଇ.ସି. ପ୍ରହ୍ଲାଦ ସାମଲ, ଧୁଷୁରୀ ପୋଲିସ୍ ଏ.ଏସ୍.ଆଇ. ପି.ଏନ୍. ସାମଲଙ୍କ ସହଯୋଗରେ ଏହି ଚଢ଼ଉ କରାଯାଇଥିଲା। ବିଭିନ୍ନ ଦୋକାନରେ ଚଢ଼ଉ କରାଯାଇ ବିକ୍ରୟ କରାଯାଉଥିବା ନିଷେଧ ତମାଖୁ, ସିଗାରେଟ୍ ଆଦି ଜବତ କରାଯାଇ ନଷ୍ଟ କରାଯାଇଥିଲା ଏବଂ ଏହି ଆଇନ୍ ଅବମାନନା ଅପରାଧରେ ୮ଜଣ ଦୋକାନୀଙ୍କ ଠାରୁ ୧୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଅଣ ସଂକ୍ରାମକ ରୋଗର ସହକାରୀ ପରିଚାଳକ ଦୀପକ ରାଉତ ଏହି ଚଢ଼ଉ କାର୍ଯ୍ୟକ୍ରମ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ।