ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତ କୋଟସିରା ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ର କରି ୨ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଆଜି ସକାଳ ପ୍ରାୟ ୧୦ଟା ବେଳେ ବିବାଦୀୟ ଜମିରେ ଘର ନିର୍ମାଣ ହେବା ଘଟଣାକୁ ବିରୋଧ କରି ଏହି ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଅଭିଯୋଗ ହୋଇଛି। ହରିନାରାୟଣ ନାୟକ ନିଜସ୍ୱ ଜମିରେ ଗୃହ ନିର୍ମାଣ କରୁଥିବା ବେଳେ ଅପରପକ୍ଷ ବିରୋଧ କରିବା ସହ ସଂଘବଦ୍ଧ ଭାବେଆକ୍ରମଣ କରିଥିଲେ। ଏଥିରେ ହରିନାରାୟଣ, ପତ୍ନୀ ମମତାଙ୍କ ସମେତ ଅନ୍ୟମାନେ ଆହତ ହୋଇଥିଲେ ବୋଲି ହରିନାରାୟଣ ଥାନାରେ ଅଭିଯୋଗ କରିଛନ୍ତି। ଅପରପକ୍ଷ ଅନାଥବନ୍ଧୁ ନାୟକଙ୍କ ପତ୍ନୀ ସୁପ୍ରଭା ନାୟକ ମଧ୍ୟ ଥାନାରେ ହରିନାରାୟଣ, ମମତାଙ୍କ ନାମରେ ଅଭିଯୋଗ କରିଛନ୍ତି। ନିର୍ମାଣ କରାଯାଉଥିବା ଘର ଜମି ଉପରେ ଅଦାଲତ ସ୍ଥିତାବସ୍ଥା ଆଦେଶ ବଳବତ୍ତର ରହିଛି। ଏହାକୁ ଅମାନ୍ୟ କରି ହରିନାରାୟଣ ଘର ନିର୍ମାଣ ବଳପୂର୍ବକ କରୁଥିଲେ। ଏହାର ପ୍ରତିବାଦ କରିବାରୁ ହରିନାରାୟଣ ପକ୍ଷରୁ ସଂଘବନ୍ଧ ଆକ୍ରମଣ ହୋଇଥିଲା ବୋଲି ସୁପ୍ରଭା ଥାନାରେ ଅଭିଯୋଗ କରିବା ସହ ଏଥିରେ ସ୍ୱାମୀ ଅନାଥବନ୍ଧୁଙ୍କ ସମେତ ଅନ୍ୟମାନେ ଆହତ ହୋଇଥିବା ଦର୍ଶାଇଛନ୍ତି। ମମତା ନାୟକ, ଅନାଥବନ୍ଧୁ ନାୟକ ମେଡିକାଲରେ ଚିକିତ୍ସିତ ହୋଇଥିବା ଜଣାଯାଇଛି। ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଥାନାରେ ମାମଲା ଋଜୁ ହୋଇନଥିବା ଜଣାଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ ଜାରି ରଖିଛି।