Home ଜିଲ୍ଲା ପରିକ୍ରମା ଶିଶୁମାନେ ଜାତିର ମହକ, ସମ୍ଭାବନାର ଉତ୍ସ

ଶିଶୁମାନେ ଜାତିର ମହକ, ସମ୍ଭାବନାର ଉତ୍ସ

29

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଚିଙ୍ଗୁଡ଼ିପୁର ଠାରେ ଶିଶୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଯୋଜିତ ସଭାରେ ବିଦ୍ୟାଳୟର ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥି ସଭାପତିତ୍ୱ କରିଥିବାବେଳେ ସ୍ଥାନୀୟ ସରପଞ୍ଚ ଅମୁଲ୍ୟ କୁମାର ନାୟକ ମୁଖ୍ୟଅତିଥି, ସରପଞ୍ଚଙ୍କ ନୋମିନି ଦୀପକ କୁମାର ପାରିଗ୍ରାହୀ, ପରିଚାଳନା କମିଟି ସଭାପତି ବାସୁଦେବ ଗୋଚ୍ଛାୟତ, ସ୍କୁଲର ପ୍ରତିଷ୍ଠାତା ସଦସ୍ୟ ଅରୁଣଦୋୟ ଖିଲାର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁବଳ ଚରଣ ପତ୍ରୀ ଓ ଶିକ୍ଷକ ବସନ୍ତ କୁମାର ଲେଙ୍କା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶିଶୁମାନେ ଜାତିର ମହକ, ସର୍ବଶ୍ରେଷ୍ଠ ସମ୍ପଦ। କିନ୍ତ ଆଜିର ଯାନ୍ତ୍ରିକ ଦୁନିଆରେ ପିଲାଦିନ ହଜିଯାଇଛି। ଟ୍ୟୁସନ୍‌, କୋଚିଂ ଓ ମୋବାଇଲ୍ ଭିତରେ ଛନ୍ଦି ହୋଇଯାଇଛନ୍ତି ପିଲାମାନେ।

ସେମାନେ ଚାପଗ୍ରସ୍ତ ଜୀବନ ବିତାଉଛନ୍ତି। ଏହି ପରିପ୍ରେକ୍ଷୀରେ ପିତାମାତା, ଗୁରୁଜନ ଓ ଶିକ୍ଷକମାନେ ସେମାନଙ୍କୁ ଅଧିକ ସମୟ ଦେବା ସହ ନୀତିଶିକ୍ଷା ମାଧ୍ୟମରେ ସେମାନଙ୍କୁ ସଂସ୍କାରିତ କରିବା ତଥା ଶୈଶବକୁ ଚାପମୁକ୍ତ କରିବା ଜରୁରି ବୋଲି ଅତିଥିମାନେ ମତପୋଷଣ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ବିକଶି ସାହୁ, ସସ୍ମିତା ସାମନ୍ତ, ଗିତ୍ ରୋଜାଲିନ୍, ରୋଜାଲିନ୍ ମଲ୍ଲିକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ, ସୁଶ୍ରୀ ସଙ୍ଗୀତା କବାଟ, ଶ୍ୱେତେଲିନା ଦାସ, ପ୍ର୍ରିୟଦର୍ଶିନୀ ପଣ୍ଡା, ଦମୟନ୍ତୀ ନାଥ, ମଧୁସ୍ମିତା ନାୟକ ଓ ଅଫିସ୍ ସହାୟକ ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ସଭା ଆୟୋଜନ କରିବା ସହ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟ ରଖିଥିଲେ। ହାଇଦ୍ରାବାଦରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଭଦ୍ରକର ବଦାନ୍ୟ ବ୍ୟକ୍ତି ରବିନାରାୟଣ ମହାନ୍ତି ନିଜ ପିତା ଡ଼ଃ ରାଧାମାଧବ ମହାନ୍ତି ଓ ଜେଜେବାପା ନାରାୟଣ ପ୍ରସାଦ ମହାନ୍ତିଙ୍କ ସ୍ମୃତିରେ ଏହି ଶିଶୁଉତ୍ସବ ଆୟୋଜନ ତଥା ପ୍ରତିଯୋଗିତାର ପୁରସ୍କାରଗୁଡ଼ିକ ପ୍ରଦାନ କରିଥିବାରୁ ପ୍ରଧାନଶିକ୍ଷକ ଓ ଅତିଥିଗଣ ବିଦ୍ୟାଳୟ ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଅତିଥିଗଣ ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ଅବସରରେ ୱାର୍ଡ଼ ମେମ୍ବର ଅନୀତା ସେଠୀ, ପରିଚାଳନା କମିଟି ସଭ୍ୟ ପ୍ରଶାନ୍ତ ଦାସ, ମ୍ୟୃତୁଞ୍ଜୟ ନାୟକ, ସତ୍ୟଭାମା ସାମଲ ଓ ଅନ୍ୟ ସଭ୍ୟସଭ୍ୟା ଉପସ୍ଥିତ ରହିଥିଲେ। ନିରାକାର ସାମଲ, ହରେକୃଷ୍ଣ ସେଠୀ ଓ କୁଞ୍ଜବିହାରୀ ନାୟକ ପ୍ରମୁଖ ସହାୟତା କରିଥିଲେ। ଶେଷରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଦେବେନ୍ଦ୍ର ନାଥ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.