Home ଜିଲ୍ଲା ପରିକ୍ରମା ଭଦ୍ରକ ଡାଇବେଟିସ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ, ବ୍ୟାପକ ସଚେତନତା ଉପରେ ଗୁରୁତ୍ୱାରୋପ

ଭଦ୍ରକ ଡାଇବେଟିସ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ, ବ୍ୟାପକ ସଚେତନତା ଉପରେ ଗୁରୁତ୍ୱାରୋପ

28

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ମାନଙ୍କ ପର୍ଯ୍ୟନ୍ତ ଅଧିକାଂଶ ମଧୁମେହ ରୋଗର ଶୀକାର ହେଉଛନ୍ତି। ଅସୁନ୍ତଳିତ ଖାଦ୍ୟ ପେୟ, ଅନିୟନ୍ତ୍ରିତ ଜୀବନଚର୍ଯ୍ୟା ଓ ଅତ୍ୟଧିକ ଚାପର ବଶବର୍ତ୍ତୀତା ଏହାର ମୁଖ୍ୟ କାରଣ। ଏହି ରୋଗକୁ ପ୍ରତିରୋଧ କରିବା ପାଇଁ ଆମର ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଜନସଚେତନତା ନିତ୍ୟାନ୍ତ ଆବଶ୍ୟକ ବୋଲି ବିଶ୍ୱମଧୁମେହ ଦିବସ ଓ ଇନସୁଲିନ ଉଦ୍ଭାବନର ୧୦୨ତମ ବର୍ଷ ପୂର୍ତ୍ତି ଅବସରରେ ଭଦ୍ରକ ଡାଇବେଟିସ ଫାଉଣ୍ଡେସନ ତରଫରୁ ଆୟୋଜିତ ଉତ୍ସବରେ ଯୋଗଦେଇ ଅତିଥିମାନେ ମତପ୍ରକାଶ କରିଛନ୍ତି। ଭଦ୍ରକ ସ୍ଥାନୀୟ ପାନ୍ଥ ନିବାସ ଠାରେ ଏଥି ନିମନ୍ତେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଡାକ୍ତର ପ୍ରଦୀପ ନାୟକ, ଆଇଏମଏର ସଭାପତି ଡାକ୍ତର ରବୀନ୍ଦ୍ର ନାୟକ, ସଂପାଦକ ଡାକ୍ତର ହରେକୃଷ୍ଟ ନାୟକ, ସତ୍ୟସାଇ ସେବା ସଂଗଠନର ସନାତନ ପାତ୍ର, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅନିରୁଦ୍ଧ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ସେମାନେ ନିଜ ବକ୍ତବ୍ୟରେ ମଧୁମେହ ରୋଗ ଏବେ ଭୟଙ୍କର ରୂପ ଧାରଣ କରୁଥିଲେ ମଧ୍ୟ ବ୍ୟାପକ ଜନ ସଚେତନତା ଦ୍ୱାରା ଏହାକୁ ପ୍ରତିରୋଧ କରାଯାଇ ପାରିବ ବୋଲି ମତପୋଷଣ କରିଥିଲେ।

ରୂପକ ବିହାରୀ ରାୟଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଫାଉଣ୍ଡେସନର ପ୍ରତିଷ୍ଠାତା ଡା.ରଣଜିତ ଖଟୁଆ ଅନୁଷ୍ଠାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେ ନିଜ ବକ୍ତବ୍ୟରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରେ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସଚେତନତା ଶିବିର ଅନୁଷ୍ଠିତ କରାଯାଉଛି। ଆଗାମୀ ଦିନରେ ମଧୁମେହ ରୋଗର ଭୟାବହତା ବିରୋଧରେ ଲୋକମାନଙ୍କ ମଧ୍ୟରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ଡାକ୍ତର ଖଟୁଆ ନିଜ ପ୍ରାରମ୍ଭିକ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ସମ୍ପାଦିକା ବସୁମିତ୍ରା ସାହୁ ସମ୍ପାଦକୀୟ ବିବରଣୀ ପାଠ କରି ଫାଉଣ୍ଡେସନର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ସତ୍ୟସାଇ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଂଗୀତ ଗ।।ନ କରିଥିବାବେଳେ, କାର୍ଯ୍ୟକ୍ରମ ଶେଷରେ ଡାକ୍ତର ଖଟୁଆ ଧନ୍ୟବାଦ ଦେଇଥିଲେ। ଏହି ଶିବିରରେ ମୋଟ ୮୮୩ଜଣ ମଧୁମେହ ରୋଗୀଙ୍କୁ ଚିହ୍ନଟ କରାଯିବା ସହ ବିଭିନ୍ନ ପ୍ରକାର ନିଦାନ କରାଯାଇ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯାଇଥିଲା। ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମର ସକାଳେ ସ୍ଥାନୀୟ ମହତାବ ଛକ ଠାରୁ ଏକ ସଚେତନତା ପଦଯାତ୍ରାକୁ ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ, ଫେଲୋସିପ୍‌ର ସଂପାଦକ ଏସଏମ ଫାରୁକ ଓ ଫାଉଣ୍ଡେସନର ଉପଦେଷ୍ଟା ଡାକ୍ତର ଖଟୁଆ ଓ ତ୍ୟାଗଭୂମୀ ସମ୍ମେଳନ ସଭାପତି ଅଜୟ ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଏକ ଯୋଗ ଶିବିର ଆଇ ଲଭ୍ ଭଦ୍ରକ ପଏଣ୍ଟ ଠାରେ ଅନୁଷ୍ଠିତ ହୋଇଥିଲା। ଯୋଗଗୁରୁ କେଦାରନାଥ ଗୁପ୍ତା ଓ ଗୁରୁ ମାନସ ଏହାକୁ ପରିଚାଳନା କରିଥିଲେ।

ଏହାବ୍ୟତୀତ ଉକ୍ତ କାର୍ଯ୍ୟକ୍ରମ ପୂର୍ବ ସପ୍ତାହର ବିଭିନ୍ନ ବିଦ୍ୟାଳୟରେ ମଧୁମେହ ରୋଗ ଓ ଏହାର ନିରାକରଣ ସମ୍ପର୍କୀତ ଏକ ଚିତ୍ରକଳା ଓ ସନ୍ଦର୍ଭ ଉପସ୍ଥାପନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସନ୍ଦର୍ଭଗୁଡ଼ିକୁ ଡାକ୍ତର ସୂର୍ଯ୍ୟସ୍ନାତା ସାହୁ, ଡାକ୍ତର ଭାଗ୍ୟଶ୍ରୀ ପଣ୍ଡା, ଅଧ୍ୟାପିକା ଆରତୀ ଜେନା ପ୍ରମୁଖ ମୂଲ୍ୟାୟନ କରିଥିଲେ। ଏଥିରେ ସଫଳ କୃତୀ ପ୍ରତେିଯୋଗୀଙ୍କୁ ଆଜିର ଉତ୍ସବରେ ପୁରସ୍କୃତ କରାଯାଇଥିଲା। ଉକ୍ତ ଦିବସକୁ ଅଧିକ ସ୍ମରଣୀୟ କରିବା ଓ ସଚେତନତା ବୃଦ୍ଧି ଦିଗରେ ଆଇ ଲଭ ପଏଣ୍ଟକୁ ନୀଳ ଆଲୋକରେ ଆଲୋକିତ କରାଯାଇଥିଲା। ତେବେ ଉକ୍ତ ଦିବସବ୍ୟାପୀ କାର୍ଯ୍ୟକ୍ରମରେ ସମାଜସେବୀ ସୁଧାକର ରାଉତ, ସୀତାକାନ୍ତ ଦାସ, ରାମଚନ୍ଦ୍ର ପଣ୍ଡା, ଗୟାଧର ପଣ୍ଡା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ପୁରୂଷୋତ୍ତମ ନାଥ, ଦୁଶାସନ ମହାନ୍ତି, ରମେଶ ଦାସଙ୍କ ସମେତ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିବାବେଳେ, ବିଷ୍ଣୁମୋହନ ରାଉତ, ପ୍ରକାଶ ନାୟକ, ମନୋଜ ନାୟକ, ପଙ୍କଜ ନାୟକ, ସମୀର ଦାସ, ରଂଜନ ରାଉତ, ପ୍ରକାଶ ନାୟକ ଓ ଫାଉଣ୍ଡେସନର କର୍ମକର୍ତ୍ତା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.