Home ଜିଲ୍ଲା ପରିକ୍ରମା ଆସିଆନା ପକ୍ଷରୁ ପ୍ରେମି ଯୁଗଳଙ୍କ ବିବାହ

ଆସିଆନା ପକ୍ଷରୁ ପ୍ରେମି ଯୁଗଳଙ୍କ ବିବାହ

24

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୋସାଇଟି ଫର ଉଇକର କମିଟି (ଆସିଆନା) ଦ୍ୱାରା ପରିଚାଳିତ ଆସିଆନା ସ୍ୱଧାର ଗୃହର ଅନ୍ତେବାସିନୀ ନିଜ ପ୍ରେମିକ ସହ ଲୋକନାଥ ମନ୍ଦିରରେ ବିବାହ କରାଯାଇଥିଲା। ପ୍ରକାଶ ଥାଉକି, ତିହିଡି ଥାନା ଅଧିନସ୍ଥ ହାଟୁଆରୀ ଗ୍ରାମର ଅଜୟ କୁମାର ଦାସଙ୍କ ଝିଅ ପ୍ରତିଭା ଦାସ (୧୯) ଦୀର୍ଘ ୨ବର୍ଷ ହେବ ଗୋରାମାଟି ଗ୍ରାମର ରଘୁନାଥ ମହାଳିକଙ୍କ ପୁତ୍ର ଗୌତମ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପ୍ରତିଭା ନାବାଳିକା ହୋଇଥିବାରୁ ତା’ ପରିବାର ଲୋକେ ପ୍ରତିବାଦ କରି ଆସୁଥିଲେ। ପ୍ରତିଭା ତା’ ପ୍ରେମିକଙ୍କୁ ବାହା ହେବା ଯିଦ୍ ଧରିବାରୁ ତା’ ଘରଲୋକେ ତାକୁ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ। ସେ ନିର୍ଯ୍ୟାତନ ସହି ନପାରି ପ୍ରେମିକ ଗୌତମ ଘରକୁ ଲୁଚି ପଳାଇଯାଇଥିଲା। ପ୍ରେମିକ ଗୌତମ ଘରେ ଦୀର୍ଘ ୪ମାସ ରହିଥିଲା। ଝିଅକୁ ନପାଇ ପ୍ରତିଭାର ବାପା ତିହିଡି ଥାନାରେ ନିଖୋଜ ବାବଦରେ ଏକ ଏତଲା ଦାୟର କରିଥିଲେ। ତିହିଡି ପୋଲିସ ପ୍ରତିଭାକୁ ଉଦ୍ଧାର କରି କୋର୍ଟରେ ହାଜର କରିଥିଲେ। ପ୍ରତିଭା ନିଜ ଘରକୁ ଫେରିବା ନେଇ ରାଜି ନହେବାରୁ ଜିଲ୍ଳା ଶିଶୁ ମଙ୍ଗଳ କମିଟିରେ ହାଜର କରିଥିଲେ। କମିଟିର ନିର୍ଦ୍ଦେଶକ୍ରମେ ପ୍ରତିଭାକୁ ଆସିଆନା ମୁକ୍ତାଶ୍ରୟ କେନ୍ଦ୍ରରେ ଆଶ୍ରୟ ଦିଆଯାଇଥିଲା।

ଗତ ତା୧୦.୦୨.୨୦୨୨ରିଖରେ ପ୍ରତିଭାକୁ ୧୮ବର୍ଷ ହେବାରୁ ତାକୁ ଆସିଆନା ସ୍ୱଧାର ଗୃହକୁ ସ୍ଥାନାନ୍ତର କରାଯାଇଥିଲା। ଆସିଆନାରେ ପ୍ରତିଭାକୁ କାଉନସିଲ କରିବାପରେ ପ୍ରତିଭା ନିଜ ପ୍ରେମିକ ଗୌତମ ସହ ବିବାହ କରିବା ପାଇଁ କହିଥିଲା। ପରେ ଆସିଆନା ଦ୍ୱାରା ଉଭୟ ପକ୍ଷଙ୍କୁ ପତ୍ର ମାଧ୍ୟମରେ ଡକାଯାଇଥିଲା। ଗୌତମଙ୍କ ପରିବାର ଧାର୍ଯ୍ୟ ତାରିଖରେ ଆସିଆନାରେ ହାଜର ହେବା ସହ ପ୍ରତିଭାକୁ ବହୂ କରିନେବା ପାଇଁ ସହମତି ଦେଇଥିଲେ। କିନ୍ତୁ ପ୍ରତିଭାଙ୍କ ବାପା ଆସିନଥିଲେ। ପରେ ପ୍ରତିଭାର ବାପା ଆସିଆନାକୁ ଆସି ମୌଖିକ ଭାବେ କହିଗଲେ ଯେ ତାଙ୍କ ଝିଅ ନିଜ ଇଚ୍ଛାରେ ବିବାହ କଲେ ତାଙ୍କର କିଛି ଆପତ୍ତି ରହିବ ନାହିଁ। ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ. ସୁର୍ଦଶନ ବାରିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଆସିଆନାର ସଂପାଦିକା ସୋଫିଆ ସେକ, ପରାମର୍ଶଦାତ୍ରୀ ଅନିମା ପଣ୍ଡା, ସଂଯୋଜକ ରିଆଜ ଅହମ୍ମଦ ଏବଂ ପ୍ରେମିକ ଗୌତମର ପରିବାର ସଦସ୍ୟ ଉପସ୍ଥିତିରେ ମନ୍ଦିରରେ ବିବାହ ସଂପନ୍ନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.