ନୂଆ ଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) ଦେଶରେ ଉତ୍ପାଦିତ ଅଶୋଧିତ ତୈଳ (Crude Oil) ବିକ୍ରିର ନିୟନ୍ତ୍ରଣକୁ ମୁକ୍ତ କରିବା ପାଇଁ ପ୍ରସ୍ତାବକୁ ବୁଧବାରଦିନ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହି ପଦକ୍ଷେପ ପରେ ସମସ୍ତ ଅନୁସନ୍ଧାନ ଏବଂ ଉତ୍ପାଦନ କମ୍ପାନୀଗୁଡିକ ପାଇଁ ମାର୍କେଟିଂ ସ୍ୱାଧୀନତା ନିଶ୍ଚିତ କରିବ। ୧ ଅକ୍ଟୋବର ୨୦୨୨ ରୁ ଡିରେଗୁଲେସନ୍ ଲାଗୁ ହେବ। ଖୋଲା ବଜାରରେ ଅଶୋଧିତ ତୈଳ ବିକ୍ରୟ ପାଇଁ ସ୍ୱାଧିନତା ମିଳିବ।