Home ଜିଲ୍ଲା ପରିକ୍ରମା ନିଜ ବିଫଳତା ଉପରୁ ଧ୍ୟାନ ହଟାଇବାକୁ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରଯାଉଛି, ପ୍ରତିବାଦରେ କଂଗ୍ରେସର ପ୍ରତିବାଦ...

ନିଜ ବିଫଳତା ଉପରୁ ଧ୍ୟାନ ହଟାଇବାକୁ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରଯାଉଛି, ପ୍ରତିବାଦରେ କଂଗ୍ରେସର ପ୍ରତିବାଦ ସଭା ଓ ମୁଖ୍ୟ ରାସ୍ତା ଅବରୋଧ

55

ଭଦ୍ରକ, ୧୭-୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରରେ ନେରନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଜନ ଆକ୍ରୋଶ ବଢ଼ିବାରେ ଲାଗିଛି। ବିଭିନ୍ନ ନିତୀଗତ ପ୍ରସଙ୍ଗରେ ଏହି ସରକାରଙ୍କ ଆଭିମୁଖ୍ୟ ଅସ୍ପଷ୍ଟ। ଦେଶର ସମସ୍ତ ବିରୋଧୀ ଦଳ ନେତାଙ୍କୁ ଇଡି ଭୟ ଘାରିଛି। ଯେଉଁଥି ପାଇଁ ସେମାନେ ସବୁ ନିରବ। କିନ୍ତୁ ରାହୁଲ ଗାନ୍ଧୀ ନିରନ୍ତର ଭାବେ କେନ୍ଦ୍ର ସରକାରଙ୍କ ଦୁର୍ବଳତାକେୁ ସାମ୍ନାକୁ ଆଣି ଚାଲିଛନ୍ତି। ନିଜ ସରକାରଙ୍କ ବିଫଳତାରୁ ଧ୍ୟାନ ହଟାଇବା ପାଇଁ ଏବେ ଭାରତୀୟ ରାଜନୀତିର ଏକମାତ୍ର ସ୍ପଷ୍ଟବାଦୀ ନେତା ରାହୁଳ ଗାନ୍ଧୀଙ୍କୁ ଭୟ କରି ମୋଦି ସରକାର ତାଙ୍କୁ ଟାର୍ଗେଟ କରିଛି। କୌଣସି ଭିତ୍ତିଭୂମୀ ନଥାଇ ରାହୁଲଙ୍କୁ ଇଡି ଜେରାର ସମ୍ମୁଖୀନ ହେବାକୁ ପଡ଼ିଛି। ତାଙ୍କୁ ବାରମ୍ବାର ଅପମାନିତ କରିବାକୁ ଉଦ୍ୟମ ଚାଲିଛି। ଏପରି ବେଆଇନ ଜେରା ବିରୋଧରେ କଂଗ୍ରେସ ଦଳର କର୍ମୀ ଓ ନେତା ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିବା ସମୟରେ ସେମାନଙ୍କ ଉପରେ ପୁଲିସ ଲଗାଇ ଆକ୍ରମଣ କରାଯାଉଛି। ଏପରିକି ଏଆଇସିସି କାର୍ଯ୍ୟାଳୟ ମଧ୍ୟରେ ପୁଲିସ ପ୍ରବେଶ କରି କର୍ମୀ ଓ ନେତାଙ୍କୁ ମାଡ ମାରିଛି। ନିକଟରେ ନୁପୂର ଶର୍ମାଙ୍କ ବିବାଦୀୟ ବୟାନ ପାଇଁ ଭାରତ ସମଗ୍ର ବିଶ୍ୱରେ ନିନ୍ଦିତ ହୋଇଥିବାବେଳେ, ଆମ ଦେଶର ପ୍ରତ୍ୟେକ ସ୍ଥାନରେ ବିରୋଧର ସମ୍ମୁଖୀନ ହୋଇଛି। କୋଟି କୋଟି ଯୁବକ ବେକାର ବସି ରହି ନିଯୁକ୍ତିକୁ ଅନାଇ ବସିଛନ୍ତି। ଏପରିସ୍ଥଳେ ଅଗ୍ନିପଥ ଯୋଜନା କରି ବେକାର ଯୁବକ ଯୁବତୀଙ୍କୁ ବିଭ୍ରାନ୍ତ କରାଯାଉଛି। ଯାହାର ତାତି ଏବେ ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଲାଣି। ସେହିପରି ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ଘଟି ଚାଲିଛି। ପେଟ୍ରୋଲ ଡିଜେଲର କୃତ୍ରିମ ଅଭାବ ଦେଖା ଦେଇଛି।

ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଦେଶର କୋଭିଡ ସମୟରେ ପିଏମ କେୟାର୍ସ ପାଣ୍ଠି ଗଠନ ହେଲା। କେତେ ଟଙ୍କା ସଂଗ୍ରହ ହେଲା ଓ କେଉଁ ବଦାନ୍ୟ ବ୍ୟକ୍ତି କେତେ ଅର୍ଥ ଦାନ କଲେ, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରୁନାହାନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଏସବୁ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ରାହୁଲଙ୍କୁ ଟାର୍ଗେଟ କରାଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା ସ୍ଥାନୀୟ ମୁଖ୍ୟ ଡାକଘର ସମ୍ମୁଖରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଭଦ୍ରକ ବିଧାନସଭାସ୍ତରୀୟ ନେତା ନଳିନୀ ମହାନ୍ତି, ବାସୁଦେବପୁର ବିଧାନସଭାସ୍ତରୀୟ ନେତା ଅଶୋକ କୁମାର ଦାସ, ଚାନ୍ଦବାଲି ବିଧାନସଭା ନେତା ଦିଗମ୍ବର ଦାସ, ପଞ୍ଚାନନ ମଣ୍ଡଳ, ଦେବେନ୍ଦ୍ର ମହାନ୍ତିି, ଅଭିଷେକ ରାଉତ, ସରୋଜ ଦାସ, ପ୍ରଫୁଲ୍ଲ ସାମଲ, ରାଜକିଶୋର ସ୍ୱାଇଁ, ଭବେନ୍ଦ୍ର ସାହୁ, ଅମିତାବାଳା ଆଚାର୍ଯ୍ୟ, ଜାନକୀଲତା ଜେନା, ଗୋଲକ ବେହେରା, ପିତବାସ ଧଳ, ଗୋଲକ ମହାପାତ୍ର, ଅକ୍ଷୟ ତ୍ରିପାଠୀ, ଅଜୟ ସାହୁ, ଶରତ ପଣ୍ଡା, ସେକ ସାହିଲ, ସୁବ୍ରତ ବେହେରା, ହେମନ୍ତ ସାହୁ, ରାଜନ ଲାହା, ଏନାମୁଲ ହକ୍‌, ଅଶ୍ରଫ ଅଲ୍ଲୀ ଖାଁ, ବିଜୟ ବାରିକ, ଇଲିୟାସ ଖାଁ, ରଂଜନ ଜେନା, ଲକ୍ଷ୍ମୀଧର ସାହୁ, ରବି ରାୟ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଆଗାମି ୨୦ ଓ ୨୧ ତାରିଖ ଏହି ଆନ୍ଦୋଳନ ବ୍ଲକ, ନଗର ଓ ପଞ୍ଚାୟତସ୍ତରରେ କରାଯିବ ବୋଲି ସଭାପତି ଶ୍ରୀ ଦାସ ଚେତାବନୀ ଦେଇଥିଲେ। ଏହି ଅବସରରେ ଦୀର୍ଘ ସମୟ ଧରି ଡାକଘର ସମ୍ମୁଖ ମୁଖ୍ୟ ରାସ୍ତାକୁ କଂଗ୍ରେସ କର୍ମୀମାନେ ଟାୟାର ଜାଳି ଅବରୋଧ କରିବା ସହ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତ୍‌ା କଂଗ୍ରେସ କର୍ମୀମାନେ ଦାହ କରିଥଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.