କେନ୍ଦ୍ରାପଡ଼ା, ୧୨ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାରସଂସ୍ଥାର ପୂର୍ବତନ କାଉନସିଲର ଶୁଭେନ୍ଦୁ ବାରିକଙ୍କୁ ଦାଦାବଟି ମାଗିବା ଅଭିଯୋଗରେ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏକ ଠିକା ସଂସ୍ଥାର ଠିକାଦାରଙ୍କୁ ଅଭିଯୁକ୍ତ ଶ୍ରୀ ବାରିକ ଦାଦାବଟି ମାଗୁଥିବା ନେଇ ସଂପୃକ୍ତ ସଂସ୍ଥା ପକ୍ଷରୁ ବିକାଶ ପୃଷ୍ଟି ଗତ ୨୦୨୧ମସିହା ଜୁନମାସ ୭ତାରିଖରେ କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ସେହି ଅଭିଯୋଗକୁ ଭିତ୍ତିକରି ୯୭/୨୦୨୧ରେ ଏକ ମାମଲା ରୁଜୁ କରାଯାଇଥିଲା। ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିବା ବେଳେ ପୋଲିସ ଅଭିଯୁକ୍ତକୁ ଖୋଜୁଥିଲେ। ଶନିବାର ଅଭିଯୁକ୍ତ ଜଣକ ସହରର ନୂଆ ବସଷ୍ଟାଣ୍ଡ ନିକଟରେ ଏକ ଦୋକାନରେ ବସିଥିବା ସମ୍ପର୍କରେ ଖବର ପାଇ ଟାଉନ ଥାନା ଇନିସପେକ୍ଟର ଗୈାରାଙ୍ଗ ଚରଣ ପୃଷ୍ଟି ଓ ପୁରୁଣା ବସଷ୍ଟାଣ୍ଡ ଫାଣ୍ଡିର ଜମାଦାର ନରେନ୍ଦ୍ର ନାଥ ସୋରେନ ତାଙ୍କୁ ଗିରଫ କରି ଥାନାକୁ ନେଇଯାଇଥିଲେ। ପରେ ଅଭିଯୁକ୍ତ ଶୁଭେନ୍ଦୁଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।