ଭୁବନେଶ୍ୱର: ମେ’ ୮ ତାରିଖରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ଏସ୍)ର ପ୍ରାନ୍ତ ସଂଘ ଶିକ୍ଷା ବର୍ଗ ଆରମ୍ଭ ହେବ ବୋଲି ଜଣାପଡ଼ିଛି। କାର୍ଯ୍ୟକର୍ତ୍ତା ନିର୍ମାଣ ଦୃଷ୍ଟିରୁ ସଂଘ ଶିକ୍ଷା ବର୍ଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଏହା ରାଷ୍ଟ୍ରୀୟ ସ୍ବୟଂ ସଂଘର ନିୟମିତ ବାର୍ଷିକ କାର୍ଯ୍ୟକ୍ରମ ହୋଇଥାଏ। ତଦନୁଯାୟୀ ଚଳିତ ବର୍ଷ ଢେଙ୍କାନାଳ, ଭଗବାନପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମେ’ ୮ରୁ ପ୍ରଥମ ବର୍ଷ (ସାମାନ୍ୟ) ଆରମ୍ଭ ହୋଇ ମେ’ ୨୯ ତାରିଖରେ ସମାପନ ହେବ। ସେହିପରି ଜୟପୁର, ସାରଦା ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମେ’ ୨୦ରୁ ପ୍ରଥମ ବର୍ଷ (ବିଶେଷ) ଆରମ୍ଭ ହୋଇ ଜୁନ୍ ୪ ତାରିଖରେ ସମାପନ ହେବ।ସେହିପରି ମେ’ ୧୫ ତାରିଖରୁ ଦ୍ଵିତୀୟ ବର୍ଷ ଆରମ୍ଭ ହୋଇ ଜୁନ୍ ୫ ତାରିଖରେ ସମାପନ ହେବ ବୋଲି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରାନ୍ତ କାର୍ଯ୍ୟବାହ ଡ. ଅନୀଲ କୁମାର ମିଶ୍ର ସୂଚନା ଜାରୀ କରିଛନ୍ତି। ଦ୍ୱିତୀୟ ବର୍ଷ ବର୍ଗ ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହେବାର ଥିଲା, କିନ୍ତୁ ଅନିର୍ବାଯ୍ୟ କାରଣ ବଶତଃ ତାହା ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଛି ବୋଲି ଜଣାପଡ଼ିଛି।
/-DevDrath