Home Top News ଭାରତ ବିରୋଧରେ ମିଥ୍ୟା ପ୍ରଚାର କରୁଥିବା ୧୬ଟି ୟୁଟ୍ୟୁବ ଚ୍ୟାନେଲ ବ୍ଲକ୍ କଲା ସୂଚନା ଓ...

ଭାରତ ବିରୋଧରେ ମିଥ୍ୟା ପ୍ରଚାର କରୁଥିବା ୧୬ଟି ୟୁଟ୍ୟୁବ ଚ୍ୟାନେଲ ବ୍ଲକ୍ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

54

– ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀନ ବ୍ୟବସ୍ଥା ବିଗାଡ଼ିବାକୁ କରୁଥିଲେ ଅପପ୍ରଚାର
– ଆଇଟି ନିୟମାବଳୀ, ୨୦୨୧ ଅଧୀନରେ ପ୍ରାପ୍ତ ଜରୁରିକାଳୀନ କ୍ଷମତାକୁ ଉପଯୋଗ କରି ବନ୍ଦ କରାଗଲା ୧୦ଟି ଭାରତୀୟ ଏବଂ ୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ
– ଭାରତରେ ଭୟର ବାତାବରଣ ସୃଷ୍ଟି କରିବା, ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଏବଂ ସର୍ବସାଧାରଣରେ ଅଶାନ୍ତି ସୃଷ୍ଟି କରିବା ଲାଗି ଏସବୁ ୟୁଟ୍ୟୁବ ଚ୍ୟାନେଲରେ ମିଥ୍ୟା, ଆଧାରହୀନ ସୂଚନା ପ୍ରସାରଣ କରାଯାଉଥିଲା
– ବନ୍ଦ ହୋଇଥିବା ୟୁଟ୍ୟୁବ୍ ଆଧାରିତ ସମାଚାର ଚ୍ୟାନେଲକୁ ଦେଖୁଥିଲେ ୬୮ କୋଟିରୁ ଅଧିକ ଦର୍ଶକ

ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) ସୂଚନା ପ୍ରଯୁକ୍ତି (ଆଇଟି) ନିୟମାବଳୀ, ୨୦୨୧ ଅଧୀନରେ ପ୍ରାପ୍ତ ଜରୁରିକାଳୀନ କ୍ଷମତାର ଉପଯୋଗ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨୨.୦୪.୨୦୨୨ରେ ଜାରି ଦୁଇଟି ଭିନ୍ନ ଭିନ୍ନ ନିର୍ଦ୍ଦେଶ ଜରିଆରେ ୧୬ଟି ୟୁଟ୍ୟୁବ୍ ସମାଚାର ଚ୍ୟାନେଲ ଏବଂ ଗୋଟିଏ ଫେସବୁକ ଆକାଉଣ୍ଟକୁ ବନ୍ଦ କରାଯାଇଛି।

ବନ୍ଦ ହୋଇଥିବା ସାମାଜିକ ଗଣମାଧ୍ୟମ ଚ୍ୟାନେଲରେ ଛଅଟି ପାକିସ୍ତାନୀ ଏବଂ ୧୦ଟି ଭାରତୀୟ ୟୁଟ୍ୟୁବ ସମାଚାର ଚ୍ୟାନେଲ ସାମିଲ ରହିଛି। ଏସବୁ ଚ୍ୟାନେଲକୁ ଆନୁମାନିକ ୬୮ କୋଟି ଦର୍ଶକ ଦେଖିଥିବା ଜଣାପଡ଼ିଛି। ଏସବୁ ଚ୍ୟାନେଲ ମାଧ୍ୟମରେ ଭାରତର ଜାତୀୟ ସୁରକ୍ଷା, ଭାରତର ବୈଦେଶିକ ସମ୍ପର୍କ, ସାମ୍ପ୍ରଦାୟିକ ସଦଭାବ ଏବଂ ସାର୍ବଜନୀନ ବ୍ୟବସ୍ଥାକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ମିଥ୍ୟା ଖବର ପ୍ରସାରଣ କରାଯାଉଥିବାର ପ୍ରମାଣ ରହିଛି। ଆଇଟି ନିୟମାବଳୀ, ୨୦୨୧ର ନିୟମ ୧୮ ଅନୁଯାୟୀ ଏଥିମଧ୍ୟରୁ କୌଣସି ଗୋଟିଏ ଡିଜିଟାଲ ସମାଚାର ପ୍ରକାଶକମାନେ ମନ୍ତ୍ରଣାଳୟ ନିକଟରେ କୌଣସି ସୂଚନା ଦାଖଲ କରିନଥିଲେ।

ବିଷୟବସ୍ତୁର ପ୍ରକୃତି

ଭାରତରୁ ଚାଲୁଥିବା ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ କାର୍ଯ୍ୟକ୍ରମରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କୁ ଆତଙ୍କବାଦୀ ଭାବେ ଅଭିହିତ କରାଯାଇଥିଲା ଏବଂ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ବିଦ୍ବେଷ ସୃଷ୍ଟି କରିବା ପାଇଁ ଉଦ୍ୟମ କରାଯାଇଥିଲା। ଏପରି କାର୍ଯ୍ୟକ୍ରମର ବିଷୟବସ୍ତୁ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିବା ସହ ସର୍ବସାଧାରଣରେ ଆଇନ ଶୃଙ୍ଖଳା ପରିସ୍ଥିତି ନଷ୍ଟ କରିବାର ଆଶଙ୍କା ରହିଥିଲା।

ଭାରତରେ ଅବସ୍ଥାପିତ ଆହୁରି କେତେକ ୟୁଟ୍ୟୁବ ଚ୍ୟାନେଲରେ ଆଧାରହୀନ ଖବର ଏବଂ ଭିଡିଓ ପ୍ରସାରଣ କରାଯାଇଥିଲା ଯାହାକି ସମାଜର ବିଭିନ୍ନ ବର୍ଗଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାର ଆଶଙ୍କା ରହିଥିଲା। ଉଦାହରଣ ସ୍ବରୂପ କୋଭିଡ-୧୯ କାରଣରୁ ସାରା ଭାରତରେ ଲକଡାଉନ ଘୋଷଣା କରାଯିବାର ମିଥ୍ୟା ଖବର ପ୍ରସାରିତ ହୋଇଥିଲା ଏବଂ ଏହା ମାଧ୍ୟମରେ ପ୍ରବାସୀ ଶ୍ରମିକମାନଙ୍କୁ ଭୟଭୀତ କରିବା ପାଇଁ ଚେଷ୍ଟା କରାଯାଇଥିଲା। କେତେକ ନିର୍ଦ୍ଦିଷ୍ଟ ଧାର୍ମିକ ସମ୍ପ୍ରଦାୟ ପ୍ରତି ଭୟ ରହିଥିବାର ମନଗଢ଼ା ଖବର ଏସବୁ ଚ୍ୟାନେଲରେ ପ୍ରସାରିତ ହୋଇଥିଲା। ଏସବୁ ବିଷୟବସ୍ତୁ ଦେଶରେ ସାର୍ବଜନୀନ ବ୍ୟବସ୍ଥାକୁ ନଷ୍ଟ କରିବାର ଆଶଙ୍କା ରହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ପାକିସ୍ତାନରେ ଅବସ୍ଥାପିତ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଏକ ସମନ୍ବିତ ଢଙ୍ଗରେ ପରିଚାଳିତ ହେଉଥିବା ଜଣାପଡ଼ିଥିଲା। ଏଥିରେ ଭାରତୀୟ ସେନା, ଜମ୍ମୁ ଓ କଶ୍ମୀର ଏବଂ ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ଭାରତର ବୈଦେଶିକ ସମ୍ପର୍କ ବିଷୟରେ ମିଥ୍ୟା ଖବର ପ୍ରସାରଣ କରାଯାଉଥିଲା। ଜାତୀୟ ସୁରକ୍ଷା, ସାର୍ବଭୌମତ୍ବ, ଅଖଣ୍ଡତା ଏବଂ ବିଦେଶୀ ରାଷ୍ଟ୍ରମାନଙ୍କ ସହିତ ଭାରତର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଦୃଷ୍ଟିରୁ ଏସବୁ ଚ୍ୟାନେଲରେ ପ୍ରସାରିତ ଖବର ସମ୍ପୂର୍ଣ୍ଣ ଭାବେ ମିଥ୍ୟା, ଏବଂ ସମ୍ବେଦନଶୀଳ ଥିବା ଜଣାପଡ଼ିଛି।

ଏଥିପୂର୍ବରୁ ୨୩ ଏପ୍ରିଲ ୨୦୨୨ରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମିଥ୍ୟା ଦାବି ଏବଂ ଚାଞ୍ଚଲ୍ୟକର ଶୀର୍ଷକ (ହେଡଲାଇନ୍ସ) ବ୍ୟବହାର ନକରିବା ଲାଗି ଘରୋଇ ଟିଭି ଚ୍ୟାନେଲମାନଙ୍କୁ ସତର୍କ କରି ଦିଆଯାଇଥିଲା। ଛାପା, ଟେଲିଭିଜନ ଏବଂ ଅନଲାଇନ ଗଣମାଧ୍ୟମରେ ନିରାପଦ ଓ ସୁରକ୍ଷିତ ସୂଚନା ପରିବେଶ ସୁନିଶ୍ଚିତ କରିବା ଲାଗି ଭାରତ ସରକାର ସଂକଳ୍ପବଦ୍ଧ।

ବନ୍ଦ ହୋଇଥିବା ସାମାଜିକ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକର ବିବରଣୀ:

 

YouTube Channels

Sl. No YouTube Channel Name Media Statistics
1. Saini Education Research 5,870,029 Views

59,700 Subscribers

2. Hindi Mein Dekho 26,047,357 Views

3,53,000 Subscribers

3. Technical Yogendra 8,019,691 Views

2,90,000 Subscribers

4. Aaj te news 3,249,179 Views

Subscribers: NA

5. SBB News 161,614,244 Views

Subscribers: NA

6. Defence News24x7 13,356,737 Views

Subscribers: NA

7. The study time 57,634,260 Views

3,65,000 Subscribers

8. Latest Update 34,372,518 Views

Subscribers: NA

9. MRF TV LIVE 1,960,852 Views

26,700 Subscribers

10. Tahaffuz-E-Deen India 109,970,287 Views

7,30,000 Subscribers

  Total Views: 42,20,95,154

25,54,400 Subscribers

Pakistan based YouTube channels
11. AjTak Pakistan 6,04,342 Views

Subscribers: NA

12. Discover Point 10,319,900 Views

70,600 Subscribers

13. Reality Checks 2,220,519 Views

Subscribers: NA

14. Kaiser Khan 49,628,946 Views

4,70,000 Subscribers

15. The Voice of Asia 32,438,352 views

Subscribers: NA

16. Bol Media Bol 167,628,947 Views

1,1,60,000 Subscribers

  Total Views: 26,28,41,006

Subscribers: 17,00,600

 

Facebook Account

SI. No. Facebook Account No. of Followers
1. Tahaffuz E Deen Media Services INDIA 23,039

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.