Home ଜିଲ୍ଲା ପରିକ୍ରମା ଦିବ୍ୟାଙ୍ଗଙ୍କ ଶିକ୍ଷାର ବିକାଶ ପାଇଁ ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ସଂଘ ବୈଠକ

ଦିବ୍ୟାଙ୍ଗଙ୍କ ଶିକ୍ଷାର ବିକାଶ ପାଇଁ ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ସଂଘ ବୈଠକ

64

ନୟାଗଡ଼, ୨୫ା୪(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ଶିକ୍ଷା ତଥା ପ୍ରତ୍ୟେକ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପଥପ୍ରଦର୍ଶକ ଆୟୁଷ୍ମାନ ଚୌଧୁରୀଙ୍କ ଉପସ୍ଥିତିରେ ଜିଲ୍ଲା ସଭାପତି ମିଥୁନ ମଲିକ, ଉପସଭାପତି ଶୁଭସ୍ମିତା ମିଶ୍ର, ସମ୍ପାଦିକା ରଶ୍ମିତା ସାମନ୍ତରାୟ, ସଂଯୋଜକ ଶିବ ପ୍ରସାଦ ମିଶ୍ର ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆରପିଡବ୍ଲୁଡି ଆଇନ ଓ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସ୍ଥିର ହୋଇଥିଲାବେଳେ ଏଥିପ୍ରତି ଗୁରୁତ୍ୱ ଦିଆଯାଇନାହିଁ। ଯାହାକି ସ୍ୱତନ୍ତ୍ର ଶିକ୍ଷକ ମହଲରେ ଅସନ୍ତୋଷ ଦେଖାଦେଇଛି। ଦିବ୍ୟାଙ୍ଗଙ୍କ ଶିକ୍ଷାର ବିକାଶ ପାଇଁ ସରକାର ଏଦିଗରେ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ବହୁସଂଖ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ସଂଘର ଦସସ୍ୟତା ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.