Home ଜିଲ୍ଲା ପରିକ୍ରମା ଭିନ୍ନକ୍ଷମ ସାର୍ଟିଫିକେଟ ଯାଞ୍ଚ ପାଇଁ ଭିନ୍ନକ୍ଷମଙ୍କ ଦାବି

ଭିନ୍ନକ୍ଷମ ସାର୍ଟିଫିକେଟ ଯାଞ୍ଚ ପାଇଁ ଭିନ୍ନକ୍ଷମଙ୍କ ଦାବି

47

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭିନ୍ନକ୍ଷମର ପ୍ରମାଣପତ୍ର ଦେଇ ଆଡ୍‌ମିଶନ ହୋଇଥିବା ଛାତ୍ରଛାତ୍ରୀ ମାନେ ଜାଲ ପ୍ରମାଣପତ୍ର ଦେଇଥିବା ଜଣା ପଡ଼ିବା ପରେ ଏ ନେଇ ପ୍ରକୃତ ଭିନ୍ନକ୍ଷମ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି। ଓଡ଼ିଶା ଭିନ୍ନକ୍ଷମ ମଞ୍ଚ ଭଦ୍ରକ ଶାଖାର ସଦସ୍ୟ ସଦସ୍ୟାମନେ ଜିଲ୍ଳାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ କେବଳ ଶିକ୍ଷା ବିଭାଗ ନୁହେଁ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ବିଭିନ୍ନ ବିଭାଗରେ ଚାକିରି ପାଇଥିବା ବ୍ୟକ୍ତିଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଉ। ଯେବେଠାରୁ ୟୁଡିଆଇଡି ମାଧ୍ୟମରେ ସାର୍ଟିଫିକେଟ ପ୍ରଦାନ କରାଗଲାଣି, ସେବେଠାରୁ ସମସ୍ତଙ୍କ ୟଡିଆଇଡ଼ି କାର୍ଡକୁ ଯାଞ୍ଚ କରାଯାଉ। ମେଡିକାଲ ବୋର୍ଡକୁ ସୁଚାରୂ ରୂପେ ପାଳନ କରାଯିବା ସହ ଅନଲାଇନରେ ଯେଉଁମାନେ ପ୍ରମାଣପତ୍ର ପାଇଛନ୍ତି ତାହମଧ୍ୟ ଯାଞ୍ଚ ହେଉ। ଏହା ପୂର୍ବରୁ ମଞ୍ଚ ସାର୍ଟିଫିକେଟ ଯାଞ୍ଚ ପାଇଁ ବାରମ୍ବାର ଅନୁରୋଧ କରି ଆସିଥିଲେ ମଧ୍ୟ ତାହା ହେଉ ନ ଥିବା ନେଇ ମଞ୍ଚ ଅସନ୍ତୋଷ ବ୍ୟକ୍ତ କରିଛି। ଯଦି ଜିଲ୍ଲା ପ୍ରଶାସନ ପଦକ୍ଷେପ ନନିଏ ତେବେ ଆଗାମୀ ଦିନରେ ମଞ୍ଚ ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ମଞ୍ଚର ସଭାପତି ଚିନ୍ତାମଣି ରାଉତ, ସମ୍ପାଦକ ବେଣୁଧର ପଣ୍ଡା, ଝୁନୁଲତା ଦାସ, ସୁବାସ ଧଳ, ରଞ୍ଜନ ପାଢୀ, କମଳାକାନ୍ତ ଆଚାର୍ଯ୍ୟ, ଜୀତେନ୍ଦ୍ର ଦାସ, ପ୍ରଭାତ କୁମାର ପରିଡ଼ା ପ୍ରମୁଖ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.