Home ଜିଲ୍ଲା ପରିକ୍ରମା ଗବସାହି ମା’ ତାରିଣୀ ମନ୍ଦିରର ତୃତୀୟ ସାମ୍ବତ୍ସରିକ ଉତ୍ସବ

ଗବସାହି ମା’ ତାରିଣୀ ମନ୍ଦିରର ତୃତୀୟ ସାମ୍ବତ୍ସରିକ ଉତ୍ସବ

36

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳ ୭ନମ୍ବର ୱାର୍ଡ଼ ଗବସାହିସ୍ଥିତ ମା’ ତାରିଣୀ ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ଦୁଇ ଦିନ ବ୍ୟାପୀ ମହାସମାରୋହରେ ଓ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ଶନିବାର ପ୍ରଥମ ଦିବସରେ ଶତାଧିକ ମହିଳା ସାଳନ୍ଦୀ ନଦୀଘାଟରୁ କଳସ ବୁଡ଼ାଇ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ। ସେଠାରେ କଳସ ସ୍ଥାପନ ପରେ ଯଥାବିଧି ପୂଜାରୀତି ଆରମ୍ଭ ହୋଇଥିଲା। ପରେ କଳସ ସ୍ଥାପନ, ସୂର୍ଯ୍ୟ ପୂଜା, ଗ୍ରହଶାନ୍ତି ପୂଜା, ମା’ଙ୍କ ଶୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିଲା। ପରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ଚଣ୍ଡିପାଠ ରିତୀ ନୀତି ଅନୁଯାୟୀ ଆରମ୍ଭ କରାଯାଇଥିଲା। ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରତ୍ୟେକ ଦିନ ସକାଳେ ଓ ସଂଧ୍ୟାରେ ମହାଆରତୀ ସମ୍ପନ୍ନ ହେବା ସମୟରେ ଶ୍ରଦ୍ଧାଳୁମାନେ ଭାବ ବିହ୍ୱଳିତ ହୋଇ ପଡ଼ିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର କମିଟିର ସଭାପତି ଜଗବନ୍ଧୁ ପାଣୀ, ମୁଖ୍ୟ ଉପଦେଷ୍ଟା ନରେନ୍ଦ୍ର କୁମାର ଦାସ, ସଂପାଦକ ଅନୁପ କୁମାର ସାହୁ, ଉପ ସଭାପତି ସରୋଜ କୁମାର ରାଉଳ, ରାଜେଶ ଦାସ, ସହ ସଂପାଦକ ଜଗବନ୍ଧୁ ଯେନା, ବରିଷ୍ଠ ଉପଦେଷ୍ଟା ହରେକୃଷ୍ଣ ଦାସ, ଜ୍ଞାନ ପ୍ରକାଶ ପାଣୀ, ମୁକ୍ତିକାନ୍ତ ମଲ୍ଲିକ, କାର୍ଯ୍ୟକାରୀ ସଭ୍ୟ ଟୁକୁନା ଯେନା, କମଳାକାନ୍ତ ସେଠୀ, ସୁବ୍ରତ ଦାସ, ରାମଚନ୍ଦ୍ର ଯେନା, ଦାଶରଥି ଯେନା, ରାଜେନ୍ଦ୍ର ଯେନା, ପ୍ରଦୀପ ପଣ୍ଡିତ, ଜଗବନ୍ଧୁ ପାଣିଗ୍ରାହୀଙ୍କ ସମେତ କମିଟି ସଦସ୍ୟମାନ ପରିଚାଳନା କରିଥିଲେ। ଏହି ଅବସରରେ ନାମ ସଂକିର୍ତ୍ତନ ଦୁଇ ଦିନ ଧରି ଚାଲିଥିଲା। ଦୁଇ ଦିବସ ବ୍ୟାପି କୋଭିଡ ନିୟମ ମଧ୍ୟରେ ମଧ୍ୟାହ୍ନରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଶହଶହ ଶ୍ରଦ୍ଧାଳୁଙ୍କ ସମେତ ଭଦ୍ରକର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରି ମା’ଙ୍କ ଆର୍ଶିବାଦ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.