ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବିଧାୟକ ବିଷ୍ଣୁ ସେଠୀ ଚଳିତ ମାସ ୨୬ତାରିଖ ଦିନ ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ କର୍ମୀମାନଙ୍କୁ ନିଜଦଳ ସପକ୍ଷରେ ଭୋଟଦେବାପାଇଁ କରଦା ପଂଚାୟତର ଖିଲାଟେଶ୍ୱର ମନ୍ଦିର ନିକଟରେ ଶପଥପାଠ କରାଇବା ଅଭିଯୋଗରେ ଆଜି ଭଦ୍ରକ ଜିଲ୍ଳାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଏପିଡ଼ି କୁଶଳଚନ୍ଦ୍ର ନାୟକ ଓ ଧାମନଗର ତହସିଲଦାର କ୍ଷୀରୋଦଚନ୍ଦ୍ର ପଣ୍ଡା ମିଳିତଭାବରେ ଆଜି କରଦା ସ୍ଥିତ ଖିଲାଟେଶ୍ୱର ନିକଟରେ ଘଟଣା ତଦନ୍ତ ଆରମ୍ଭ କରିଛନ୍ତି। ପ୍ରକାଶ ଥାଉକି ନିର୍ବାଚନ ବେଳେ କର୍ମୀ ମାନଙ୍କୁ ଧାର୍ମିକ ଆଧାରରେ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାପାଇଁ ଶପଥ ପାଠ କରାଇଥିବା ଏହା ନିର୍ବାଚନ ପ୍ରଚାରରେ ଆଚରଣବିଧି ଉଲଙ୍ଘନ କରୁଛିବୋଲି ରାଜ୍ୟ ବିଜେଡ଼ି ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବାପରେ ବିଭାଗୀୟ ତଦନ୍ତପାଇଁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିବା ତହସିଲଦାର ଶ୍ରୀ ପଣ୍ଡା ସୂଚନା ଦେଇଥିଲେ।