Home କୋରାପୁଟ କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରର ଅନୁପ୍ରବେଶକୁ ବିରୋଧ କଲେ ପଟ୍ଟାଙ୍ଗୀ ବିଧାୟକ

କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରର ଅନୁପ୍ରବେଶକୁ ବିରୋଧ କଲେ ପଟ୍ଟାଙ୍ଗୀ ବିଧାୟକ

81

କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରର ଅନୁପ୍ରବେଶକୁ ବିରୋଧ କଲେ ପଟ୍ଟାଙ୍ଗୀ ବିଧାୟ
କୋରାପୁଟ ୨୮-୧୨(ଓଡିଆ ପୁଅ/ରଂଜନ ଦାସ)କୋଟିଆ ଗ୍ରାମପୁଞ୍ଜର ତଳଗଞ୍ଜେଇପଦରକୁ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀ, ଟିସିଏସ ଓ ଆଦାନୀ ଗ୍ରୁପର ଅଧିକରୀମାନେ ମେଗା ଜଳ ବିଦ୍ୟୁତ ପ୍ରକଳ୍ପ ନିମନ୍ତେ ସର୍ଭେ କରିବାକୁ ଆସିଥିଲେ।ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ କୋଟିଆ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ସମୟରେ ଆନ୍ଧ୍ର ପ୍ରଦେଶ ଅଧିକାରୀମାନେ ତଳଗଞ୍ଜେଇପଦର ଗ୍ରାମରେ ଅନୁପ୍ରବେଶ କରିଥିବା ଖବର ପାଇ ଗ୍ରାମକୁ ଯାଇଥିଲେ। ସେଠାରେ ଅଧିକାରୀମାନଙ୍କୁ କାହିଁକି ଓଡିଶା ଅଞ୍ଚଳରେ ଅନୁପ୍ରବେଶ କରୁଛ ବୋଲି ପ୍ରଶ୍ନ କରିଥିଲେ। ଆପଣମାନେ ଯେଉଁ ରାସ୍ତା ଦେଇ ଆସୁଛ ଉକ୍ତ ରାସ୍ତା ଓଡିଶା ନିର୍ମାଣ କରିଛି ବୋଲି ପ୍ରକାଶ କରିଥିଲେ। ଓଡିଶା ନିର୍ମାଣ କରିଥିବା ରାସ୍ତା ଭଲ ବୋଲି ଜନୈକ ଅଧିକାରୀ କହୁଥିବା ଲକ୍ଷ୍ୟ କରାଯାଇଥିଲା। ବିଜୟନଗରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଜୟ କୁମାରଙ୍କୁ ଅନୁପ୍ରବେଶ ନ କରିବାକୁ ବିଧାୟକ ଶ୍ରୀ ପାଢୀ ଚେତାବନୀ ଦେବା ସହ ତୁରନ୍ତ ସ୍ଥାନ ଛାଡ଼ିବାକୁ କହିବା ପରେ ଅଧିକାରୀମାନେ ପଳେଇ ଯାଇଥିଲେ। ଟିସିଏସ ବାଙ୍ଗାଲୋରର ଶିବରାମ ଓ ତାମିଲନାଡୁର ଜୟରାମ , ଆଦାନୀ ଗ୍ରୁପର ଆଲୋକ ଶର୍ମା ଓ ନୀତିଶ ଚାୱଲା ପ୍ରମୁଖ ସର୍ଭେ ନିମନ୍ତେ ଆସିଥିଲେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.