ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ ଆନୁକୁଲ୍ୟରେ ‘ପ୍ରଜ୍ଞାପୀଠ’ ଠାରେ ଅମାବାସ୍ୟା ଆସର ପାଳିତ ହୋଇ ଯାଇଛି । ଏହି ସ।।ହିତ୍ୟ ସଂସ୍କୃତି ଆସରର ଆଲୋଚ୍ୟ ବିଷୟ ଥିଲା ‘ପୂଣ୍ୟ କାର୍ତ୍ତିକ ଓ ଉତ୍କଳର ନୌବାଣିଜ୍ୟ’ । ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ ଡ. ପ୍ରଫୁଲ୍ଲ କୁମାର ସାହୁ । ଆଲୋଚନାରେ ଅଂଶ ଗ୍ରହଣ କରି ‘ଆମେ’ ଅନୁଷ୍ଠାନର ସଦସ୍ୟ ବୃନ୍ଦ । ସଭାପତିତ୍ୱ କରିଥିଲେ ଲଲାଟେନ୍ଦୁ ମହାନ୍ତି । ମଞ୍ଚାସିନ ଥିଲେ ଅନ୍ୟତମ ଅତିଥି ଭାବେ ଶରତ ଚନ୍ଦ୍ର ମହାନ୍ତି, ସ୍ୱାଗତ ବକ୍ତବ୍ୟ ରଖିଥିଲେ ସମ୍ପାଦକ ପ୍ର. ଅଟଳ ବିହାରୀ ନାୟକ । ଚାଚା ନେହେରୁଙ୍କ ଉଦ୍ଦେଶ୍ୟରେ ପୁଷ୍ପମାଲ୍ୟ ପ୍ରଦାନ କରି ଶିଶୁ ଦିବସର ତାତ୍ପର୍ଯ୍ୟ ମଧ୍ୟ ଆଲୋଚନା ହୋଇଥିଲା । ସଭାର ପ୍ରାରମ୍ଭରେ ପ୍ର. ଡକ୍ଟର ଲକ୍ଷ୍ମୀକାନ୍ତ ନାୟକ ଓ ପ୍ର. ଡକ୍ଟର ଜଗନ୍ନାଥ ନାଥଙ୍କ ଉଦ୍ଦେଶ୍ୟରେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ରବିନାରାୟଣ ମହାପାତ୍ର, ନାଟ୍ୟଶ୍ରୀ ନିର୍ମଳ ରାଉତ, ସୁବାସ ଚନ୍ଦ୍ର ମହାପାତ୍ର, ଜୈବ ବିଜ୍ଞାନୀ ରମାକାନ୍ତ ପଣ୍ଡା, ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ବାରିକ, କାଳିନ୍ଦି ଚରଣ ମଲ୍ଲିକ, ଅରୂପାନନ୍ଦ ନାୟକ, ରଜତ ନାୟକ ପ୍ରମୁଖ ଯୋଗ ଦେଇ ପ୍ରବନ୍ଧ ସଂକ୍ରାନ୍ତୀୟ ଆଲୋଚନାରେ ଭାଗ ନେଇଥିଲେ ।
Home ଜିଲ୍ଲା ପରିକ୍ରମା ‘ଆମେ’ର ଅମାବାସ୍ୟା ଆସର, ‘ପୂଣ୍ୟ କାର୍ତ୍ତିକ ଓ ଉତ୍କଳୀୟ ନୌବାଣିଜ୍ୟ’ ଭିତ୍ତି ପ୍ରବନ୍ଧ ଆଲୋଚନା