Home Top News ଜବାହରଲାଲ ନେହେରୁଙ୍କର ୧୩୨ ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଜବାହରଲାଲ ନେହେରୁଙ୍କର ୧୩୨ ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

101

ନୂଆଦିଲ୍ଲୀ ୧୪-୧୧ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଜବାହରଲାଲ ନେହେରୁଙ୍କର ୧୩୨ ତମ ଜନ୍ମ ବାର୍ଷିକୀରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସେ ଟୁଇଟ୍ କରି କହିଛନ୍ତି ଯେ ପଣ୍ଡିତ ଜବାହରଲାଲ ନେହେରୁଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି।

ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ସମ୍ମାନର ଚିହ୍ନ ଭାବରେ ପ୍ରତିବର୍ଷ ନଭେମ୍ବର ୧୪ ରେ ଶିଶୁ ଦିବସ ପାଳନ କରାଯାଏ।

ନେହେରୁଙ୍କୁ ସ୍ନେହରେ ‘ଚାଚା ନେହେରୁ’ କୁହାଯାଉଥିଲା ଏବଂ ପିଲାମାନଙ୍କୁ ପ୍ରେମ ଏବଂ ସ୍ନେହ ପ୍ରଦାନ କରିବାର ଗୁରୁତ୍ୱ ଉପରେ ସେ ଜଣାଶୁଣା ଥିଲେ।

ନେହେରୁଙ୍କ ମୃତ୍ୟୁ ପରେ ତାଙ୍କ ଜନ୍ମଦିନକୁ ‘ବାଳ ଦିବସ’ ବା ଭାରତରେ “ଶିଶୁ ଦିବସ” ଭାବେ ପାଳନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି।

ନେହେରୁ ୧୪ ନଭେମ୍ବର ୧୮୮୯ ରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜନ୍ମଗ୍ରହଣ କରିଥିଲେ। ସେ ୨୭ ମଇ ୧୯୬୪ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ଦେଶର ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ଗ୍ରହଣ କରି ସେ ଅଗଷ୍ଟ ୧୫, ୧୯୪୭ ରେ ପ୍ରଧାନମନ୍ତ୍ରୀ ହୋଇଥିଲେ।

ଏହି ଦିନ ଦେଶବ୍ୟାପୀ ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ଖେଳ, ପ୍ରତିଯୋଗିତା ଆଦି ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବାବେଳେ ବିଭିନ୍ନ ସରକାରୀ ସଂସ୍ଥା ସ୍ୱର୍ଗତ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରଛନ୍ତି ଏବଂ ଏହି ଦିନ ସ୍ମରଣୀୟ କାର୍ଯ୍ୟକ୍ରମ ଆୟୋଜନ କରନ୍ତି।

୧୯୫୪ ମସିହାରେ ମିଳିତ ଜାତିସଂଘ ନଭେମ୍ବର ୨୦ କୁ ସର୍ବଭାରତୀୟ ଶିଶୁ ଦିବସ ଭାବରେ ଘୋଷଣା କରିଥିଲା ଏବଂ ଭାରତ ୧୯୫୬ ପୂର୍ବରୁ ପ୍ରତିବର୍ଷ ୨୦ ନଭେମ୍ବରରେ ଶିଶୁ ଦିବସ ପାଳନ କରୁଥିଲା କିନ୍ତୁ ୧୯୬୪ ମସିହାରେ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଦେହାନ୍ତ ପରେ ସଂସଦରେ ସର୍ବସମ୍ମତି କ୍ରମେ ଏହି ଦିନ ଘୋଷଣା କରାଯାଇଥିଲା।

ଓଡ଼ିଶା ସୂଚନା ଏବଂ ଲୋକ ସଂମ୍ପର୍କ ବିଭାଗ ତରଫରୁ ମଧ୍ୟ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.