Home Top News କେବଳ ଚାକିରି ଖଣ୍ଡିଏ ପାଇଁ : ଛଅ ମାସରେ ୪୦୦ ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର...

କେବଳ ଚାକିରି ଖଣ୍ଡିଏ ପାଇଁ : ଛଅ ମାସରେ ୪୦୦ ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ନାବାଳିକା – ପୋଲିସ୍ ମଧ୍ୟ କଲା ଶିକାର

154

ନୂଆ ଦିଲ୍ଲୀ ୧୪-୧୧ (ଓଡ଼ିଆ ପୁଅ) କେବଳ ଚାକିରି ଖଣ୍ଡିଏ ପାଇଁ ଛଅ ମାସରେ ୪୦୦ ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ନାବାଳିକା। ଜଣେ ପୋଲିସ୍ ଅଧିକାରୀ ମଧ୍ୟ ଦେହ ଭୋକରେ ତାଙ୍କୁ ଶିକାର କରିବାକୁ ପଛାଇ ନାହିଁ।

ଏହିପରି ଏକ ଲୋମଟାଙ୍କୁରା ଖବର ଆସିଛି ମହାରାଷ୍ଟ୍ରର ବିଡ୍‌ ଜିଲ୍ଲାର ଆମ୍ବେଜୋଗାଇରୁ। ଜଣେ ନାବାଳକ ବିବାହିତା ମହିଳାଙ୍କୁ ଛଅ ମାସ ମଧ୍ୟରେ ୪୦୦ ରୁ ଅଧିକ ଲୋକ ଚାକିରୀ ବାହାନା କରି ବଳାତ୍କାର କରିଛନ୍ତି।

ଘଟଣା ପରେ ପୀଡିତା ଦୁଇ ମାସ ଗର୍ଭବତୀ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଶିଶୁ କଲ୍ୟାଣ କମିଟି ନାବାଳିକାର ଗର୍ଭପାତ କରିବା ପ୍ରକ୍ରିୟାରେ ଅଛି। ପୀଡିତାଙ୍କ ଅଭିଯୋଗରେ ଅମ୍ବାଜୋଗାଇ ଗ୍ରାମାଞ୍ଚଳର ନଅ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ପୋଲିସ ଘଟଣାର ତଦନ୍ତ କରୁଛି।

ପ୍ରକୃତରେ କ’ଣ ଘଟିଛି ଜାଣନ୍ତୁ

ପୀଡିତାଙ୍କ ପରିବାର ଶ୍ରମିକ ଭାବେ କାମ କରନ୍ତି ଏବଂ ଦୁଇ ବର୍ଷ ପୂର୍ବେ ତାଙ୍କ ମାଙ୍କର ମୃତ୍ୟୁ ହୋଇଥିଲା। ମା’ଙ୍କ ମୃତ୍ୟୁ ପରେ ବାପା ଝିଅର ବିବାହର ବ୍ୟବସ୍ଥା କରିଥିଲେ। ପୀଡିତା ବିବାହ ପରେ ଦେଢ଼ ବର୍ଷ ପର୍ଯ୍ୟନ୍ତ ଶାଶୁଘରେ ରହିଥିଲେ। ତେବେ ତାଙ୍କ ଶ୍ୱଶୁର ବାରମ୍ବାର ହଇରାଣ କରିବା କାରଣରୁ ଝିଅଟି ନିଜ ପରିବାରକୁ ଫେରି ଆସିଥିଲା। ମା’ ଘରକୁ ଫେରିବାର କିଛି ଦିନ ପରେ ଝିଅଟି ଚାକିରି ଖୋଜିବାପାଇଁ ଆମ୍ବେଜୋଗାଇ ସହରରେ ପହଞ୍ଚିଲା। ସେଠାରେ ସେ ଏକ ଏକାଡେମୀର ଦୁଇ ଜଣଙ୍କୁ ଭେଟିଥିଲା। ତାଙ୍କୁ ଚାକିରୀ ଦେବାର ପ୍ରତିଶୃତି ଦେଇ ସେମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ। ପରବର୍ତ୍ତୀ ଛଅ ମାସ ମଧ୍ୟରେ ତାଙ୍କୁ ୪୦୦ ରୁ ଅଧିକ ଭିନ୍ନ ଭିନ୍ନ ବ୍ୟକ୍ତି ବାରମ୍ବାର ଦୁଷ୍କର୍ମ କରିଥିଲେ। ଫଳସ୍ୱରୂପ, ପୀଡିତା ଗର୍ଭବତୀ ହୋଇଥିଲେ ବୋଲି ପୀଡିତା ଶିଶୁ କଲ୍ୟାଣ କମିଟିକୁ ଦେଇଥିବା ଉତ୍ତରରେ କହିଛନ୍ତି।

ପୀଡିତା ଜଣକ ପୂର୍ବରୁ ଆମ୍ବେଜୋଗାଇ ନଗର ଥାନାକୁ ଯାଇ ବଳାତ୍କାର ଅଭିଯୋଗ କରିଥିଲେ। ତେବେ ପୋଲିସ କୌଣସି ପଦକ୍ଷେପ ନେଇନଥିଲା। ଅପରପକ୍ଷେ, ପୀଡିତା ତାଙ୍କ ଉତ୍ତରରେ କହିଛନ୍ତି ଯେ ସେହି ସମୟରେ ଡ୍ୟୁଟିରେ ଥିବା ପୋଲିସ ତାଙ୍କୁ ଲଜକୁ ନେଇ ବଳାତ୍କାର କରିଥିଲା। ନିଜେ ପୋଲିସ ଦ୍ୱାରା ବଳାତ୍କାର ଘଟଣା ଉତ୍ତେଜନା ସୃଷ୍ଟି କରିଛି। ବିଡ୍ ଜିଲ୍ଲା ଅଧୀକ୍ଷକ ଆର ରାଜ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.