Home ଜିଲ୍ଲା ପରିକ୍ରମା ବନ୍ୟାଜଳରୁ ଉଦ୍ଧାରକାର୍ଯ୍ୟ ନେଇ ସାମୂହିକ ଅଭ୍ୟାସ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ବୈଠକ

ବନ୍ୟାଜଳରୁ ଉଦ୍ଧାରକାର୍ଯ୍ୟ ନେଇ ସାମୂହିକ ଅଭ୍ୟାସ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ବୈଠକ

17

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବନ୍ୟା ସମୟରେ ଜଳରୁ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଅଭ୍ୟାସ ମୂଳକ ବିଭିନ୍ନ କୌଶଳ ପ୍ରଦର୍ଶନ ପାଇଁ ଏନ୍‌.ଡ଼ି.ଆର୍‌.ଏଫ୍ ଦଳ ଦ୍ୱାରା ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଅନ୍ୟତମ ଅତିଥିଭାବେ ଏନ୍‌.ଡ଼ି.ଆର୍‌.ଏଫ୍‌. ର ଅଧିକାରୀ ଇନିସିପେକ୍ଟର ଏସ୍‌.କେ.ତ୍ରିପାଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ ପାତ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମନୋରମା ଜାଲି ପ୍ରମୁଖ ଏହି ବୈଠକରେ ଯୋଗ ଦେଇ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ କିପରି ସମନ୍ୱୟତାର ଆବଶ୍ୟକତା ଅଛି ସେ ନେଇ ବକ୍ତବ୍ୟ ରଖିଥିଲେ ।

ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଏହ ବୈଠକରେ ଉପସ୍ଥିତ ରହି ବିପର୍ଯ୍ୟୟ ପରିଚାଳନାରେ ନିଜ ନିଜ ବିଭାଗର ଭୂମିକା, ବିଗତ ବିପର୍ଯ୍ୟୟ ବେଳରେ ନିଜର ଅନୁଭୂତି ସମ୍ବନ୍ଧରେ ପ୍ରକାଶ କରିଥିଲେ । ତା ୧୧-୧୧-୨୧ରିଖ ପୂର୍ବାହ୍ନ ଘ୧୧ଟିକାରେ ଭଦ୍ରକ ମ୍ୟୁନିସିପାଲିଟି ର ୧ ନଂ ୱାର୍ଡ଼ ର ବିଦାଙ୍ଗ ଗ୍ରାମ ନିକଟରେ ଥିବା ଆଡ଼ିବନ୍ଧ ଠାରେ ଏହି ସାମୂହିକ ମକଡ଼୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାନେଇ ଏହି ପ୍ରସ୍ତୁତି ବୈଠକରେ ସୂଚନା ପ୍ରଦାନ କରାଯାଇଥିଲା । ଦେଶତମାମ୍ ସବୁ ଜିଲ୍ଲାରେ ଏନ୍‌.ଡ଼ି.ଆର୍‌.ଏଫ୍‌ର ଟେବୁଲ ଟପ୍ ମକଡ଼୍ରିଲ୍ ପ୍ରଦର୍ଶନ କରାଯାଉଥିବା ନେଇ ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ବନ୍ୟାଜଳ, ରାସାୟନିକ, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ଓ ଦୁର୍ଘଟଣା ଜନିତ ଚିକିତ୍ସା କ୍ଷେତ୍ରରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ଆଦି ପ୍ରମୁଖ ୪ଟି କ୍ଷେତ୍ରରେ ଏନ୍‌.ଡ଼ି.ଆର.ଏଫ୍‌.ର କାର୍ଯ୍ୟଧାରା ସମ୍ବନ୍ଧରେ ମଧ୍ୟ ସେ ଆଲୋକପାତ କରିଥିଲେ । ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟ ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ପୋଲିସ, ଅଗ୍ନିଶମ, ଯୋଗାଣ, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ପରିମଳ ଓ ପାନୀୟ ଜଳଯୋଗାଣ, ସାଧାରଣ ଜନସ୍ୱାସ୍ଥ୍ୟ, ଜଳସେଚନ, ସଡ଼କ ପରିବହନ ଆଦି ବିଭାଗର କାର୍ଯ୍ୟ ଓ ଦାୟିତ୍ୱ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିଶ୍ୱନାଥ ନାୟକ ମଞ୍ଚ ପରିଚାଳନା କରିବା ସହିତ ଆଜି ର ବୈଠକ ଓ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ମକ୍‌ଡ଼୍ରିଲ୍‌ର ଆଭିମୁଖ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.