Home କେନ୍ଦ୍ରାପଡ଼ା ଧର୍ମପ୍ରାଣା ମହିଳାଙ୍କ ପରଲୋକ

ଧର୍ମପ୍ରାଣା ମହିଳାଙ୍କ ପରଲୋକ

23

କେନ୍ଦ୍ରାପଡ଼ା ୨୭ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ଗ୍ରାମର ପୂର୍ବତନ ସରପଞ୍ଚ ସ୍ୱର୍ଗତ ଭଗବାନ ଜେନାଙ୍କ ଧର୍ମପତ୍ନୀ ଭାବପ୍ରୀୟା ଜେନାଙ୍କର ୮୭ବର୍ଷ ବୟସରେ ଦାର୍ଦ୍ଧକ୍ୟ ଜନିତ ରୋଗରେ ମଙ୍ଗଳବାର ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଦୁଇ ପୁଅ, ବୋହୁ, ଦୁଇ ଝିଅ, ଜ୍ୱାଇଁ, ନାତି, ନାତୁଣୀମାନେ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ଜ୍ୟେଷ୍ଠପୁତ୍ର ଧିରେନ୍ଦ୍ର ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସେ ଜଣେ ସ୍ନେହୀ, ଧର୍ମ ପରାୟଣା, ପରୋପକାରୀ ଓ ମିଷ୍ଟଭାଷି ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ବିୟୋଗ ଖବର ପାଇ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.