Home ଓଡ଼ିଶା ଦ୍ୱିତୀୟ ପର୍ଯ୍ୟାୟର ୫ଟି ରେ ୪୭ଟି ସ୍ମାର୍ଟ କ୍ଲାସ ଖୋଲିବା ନେଇ ଅଧିକାରୀ ଙ୍କୁ ତାଲିମ

ଦ୍ୱିତୀୟ ପର୍ଯ୍ୟାୟର ୫ଟି ରେ ୪୭ଟି ସ୍ମାର୍ଟ କ୍ଲାସ ଖୋଲିବା ନେଇ ଅଧିକାରୀ ଙ୍କୁ ତାଲିମ

31

ମାଲକାନଗିରି,୨୭ ।୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ସରକାରି ଉଚ୍ଚବିଳାକା ବିଦ୍ୟାଳୟ ର ମଡେଲ କ୍ଲାସ ରୁମ ପରିଦର୍ଶନ କରି ୫ଟି ଅଧିନରେ ଦ୍ୱିତୀୟ ପର୍ଯ୍ୟାୟରେ ଖୋଲିବାକୁ ଥିବା ୪୭ଟି ସ୍ମାର୍ଟ କ୍ଲାସ ସଂପର୍କରେ ଜିଲ୍ଲାପାଳ ବିଶାଲ ସିଂ ସମୀକ୍ଷା କରିଛନ୍ତି । ସରକାରି ଉଚ୍ଚବାଳିକା ବିଦ୍ୟାଳୟ ପରିସରରେ ଜିଲ୍ଲା ଗ୍ରାମଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ତାଲିମଶିବୀର ରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ବିଶାଲ ସିଂ ଯୋଗ ଦେଇ ୫ଟି ଅଧିନରେ ଆସୁଥିବା ୪୭ଟି ସ୍ମାର୍ଟ କ୍ଲାସ ତଥା ମଡେଲ ବିଦ୍ୟାଳୟ ଗୁଡିକ କିପରି ନିର୍ମାଣ କରାଯିବ ଓ ତାହାର ଭିତିଭୁମି କଣ ରହିବ ସେନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ଜିଲ୍ଲାର ବିଡିଓ, ଜିଲ୍ଲା ଶିକ୍ଷାଅଧିକାରୀ, ବ୍ଲକଶିକ୍ଷାଅଧିକାରୀ, ବିଆରସି, ସିଆରସି ଓ ୪୭ଟି ହାଇସ୍ଲୁର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ନିଜନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ଏହି କର୍ମଶାଳାକୁ ଏପିଡି ହିମାଶୁଂ ଶେଖର ମହାରଣା ପରିଚାଳନା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୫ଟି ଅଧିନରେ ଜିଲ୍ଲାରେ ୬ଟି ମଡେଲ ସ୍କୁଲ ଓ ସ୍ମାର୍ଟ କ୍ଲାସ ରୁମ ଖୁବଶିଘ୍ର ଉଦଘାଟନ କରାଯିବ । ସେହି ସ୍କୁଲ ଗୁଡିକର କ୍ଲାସରୁମର, ପରୀକ୍ଷାଗାର,ବିଦ୍ୟାଳୟ ପରିସର, ଖୁବସୁନ୍ଦର ଓ ଅତ୍ୟାଧୁନିକ ଡିଜିଟାଲ ଶୈଳୀରେ ନିର୍ମାଣ କାମ ସରିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.