କୋରାପୁଟ ୨୬-୧୦(ଓଡିଆ ପୁଅ /ରଂଜନ ଦାସ)କୋଟିଆ ଗ୍ରାମପୁଞ୍ଜର ନେରେଡେିବାଲସାରେ ଆନ୍ଧ୍ର ତରଫରୁ ସ୍ୱତନ୍ତ୍ର ଗ୍ରାମସଭା କରାଯାଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗଡ ଜବକାର୍ଡ ପ୍ରଦାନ କରିଥିବା ଜଣାପଡିଛି ।ଡିଡବ୍ଲୁଏମଏର ପିଡି ଜି. ଉମା ମହେଶ୍ୱର ଓ ଏପିଡି ଚିନ୍ନମ ନାଇଡୁ ଯୋଗଦେଇ ଜବକାର୍ଡ ପ୍ରଦାନ କରିଥିବା ଜଣାପଡିଛି ।ତଳପଣିକି ଗ୍ରାମର ୨୨ ଜଣ ବ୍ୟକ୍ତିଙ୍କୁ ଜବକାର୍ଡ ପ୍ରଦାନ କରାଯାଇଥିବା ବେଲେ ଉପରପଣିକି ୧୦ ,ରଣାସିଂ ୩୦ ଓ ଗାଲିଗାବଦାର ଗ୍ରାମର ୧୪୭ ଜଣ ବ୍ୟକ୍ତିଙ୍କୁ ଜବକାର୍ଡ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।