Home କୋରାପୁଟ କୋରାପୁଟ ବ୍ଲକର ୭୫ଟି ସ୍କୁଲରେ ଖୋଲିଲା ଅଷ୍ଟମ ଶ୍ରେଣୀ

କୋରାପୁଟ ବ୍ଲକର ୭୫ଟି ସ୍କୁଲରେ ଖୋଲିଲା ଅଷ୍ଟମ ଶ୍ରେଣୀ

26

କୋରାପୁଟ ୨୫-୧୦(ଓଡିଆ ପୁଅ /ରଂଜନ ଦାସ) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଅଷ୍ଟମଶ୍ରେଣୀ ସ୍କୁଲ ଖୋଲାଯାଇଥିବା ଜଣାପଡିଛି ।ସମସ୍ତ କୋଭିଡ ନିୟମକୁ ପାଳନ କରି ଅଷ୍ଟମ ଶ୍ରେଣୀ ଖୋଲାଯାଇଛି ।
କୋରାପୁଟ ବ୍ଲକରେ ଅଷ୍ଟମ ଶ୍ରେଣୀ ଥିବା ୭୫ ଟି ସ୍କୁଲ ଖୋଲାଯାଇଥିବା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନି ସୂଚନା ଦେଇଛନ୍ତି ।ଆଜି  ସେ ପୂଜାରୀପୁଟ ଓ କଘ୍ଲେଇପୁଟ ସ୍କୁଲ ପରିଦର୍ଶନ କରିଥିଲେ ।୧୮ ମାସ ପରେ ସ୍କୁଲ ଖୋଲିଲାରୁ ପିଲାମାନଙ୍କ ମଧ୍ୟରେ ସ୍କୁଲ ଆସିବାକୁ ଉତ୍ସାହ ଓ ଉଦ୍ଦିପନା  ରହିଥିବା ସେ ପ୍ରକାଶ କରିଛନ୍ତି ।ପ୍ରଥମ ଦୁଇ ଦିନ ପ୍ରବେଶ  ବୈଠକ କରାଯିବ ଓ ତା ପରେ ୩ ଦିନ  ପର୍ଯ୍ୟନ୍ତ ପ୍ରାରମ୍ବିକ ଆକଳନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।କୋଭିଡ ତଦାରଖ ନିମନ୍ତେ ଏକ କମିଟି ଗଠନ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।ସ୍କୁଲ ଗେଟରେ ଛାତ୍ରଛାତ୍ରୀମାନୁଙ୍କୁ ସ୍ୱାଗତ କରାଯାଇଥିଲା ଏବଂ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜ କରିବା ପରେ ଶ୍ରେଣୀକୁ ଛଡାଯାଇଥିଲା ।
ଘରେ  ଭଲ ଲାଗୁ ନ ଥିଲା ଏବେ ସ୍କୁଲ ଖୋଲିଲାରୁ ବହୁତ ଖୁସି ଲାଗୁଛି ବୋଲି କଘ୍ଲେଇପୁଟ ସ୍କୁଲ ଛାତ୍ରୀ ଭାରତୀ ଖିଲ ପ୍ରକାଶ କରିଛନ୍ତି ।ସାଥିମାନଙ୍କ ସହ ମିଶି ପାଠ ପଢିବି ତେଣୁ ସ୍କୁଲ  ଆସିବା ପରେ ମତେ ବହୁତ ଖୁସି ଲାଗୁଛି ବୋଲି ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.