Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା କଳା ଓ କ୍ରୀଡ଼ା ଶିକ୍ଷକ ସଂଘର ମିଳିତ ଆଲୋଚନା ଓ ନୂତନ କର୍ମକର୍ତ୍ତା...

ଭଦ୍ରକ ଜିଲ୍ଲା କଳା ଓ କ୍ରୀଡ଼ା ଶିକ୍ଷକ ସଂଘର ମିଳିତ ଆଲୋଚନା ଓ ନୂତନ କର୍ମକର୍ତ୍ତା ଚୟନ

45

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଳା ଓ କ୍ରୀଡା ଶିକ୍ଷକ ସଂଘ, ଭଦ୍ରକ ପକ୍ଷରୁ ଚରମ୍ପା ସ୍ଥିତ ଏକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜୟନ୍ତ କୁମାର ନାୟକ ଅଧ୍ୟକ୍ଷତା କରିଥିବାବେଳେ ପ୍ରଶାନ୍ତ କୁମାର ବେହେରା, ଜିତେନ୍ଦ୍ରିୟ ବେହେରା, ସୁକାନ୍ତ କୁମାର ଦାସ, ବକ୍ସି ଜଗବନ୍ଧୁ, ସିଦ୍ଧାର୍ଥ ସାହୁ, ଆଶିଶ କୁମାର ସାହୁ, ସୁବ୍ରଜିତ ଚାନ୍ଦ, ସୁକାନ୍ତ କୁମାର ଦାସଙ୍କ ଉପସ୍ଥିତିରେ ରେ ବିସ୍ତୃତ ଆଲୋଚନା ଓ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ନୂତନ ଉପଦେଷ୍ଟା ଭାବେ ଜୟନ୍ତ କୁମାର ନାୟକ ଓ ଗୋବର୍ଦ୍ଧନ ମହାଳିକ, ସଭାପତି ଭାବେ ପ୍ରଶାନ୍ତ କୁମାର ବେହେରା, ସଂପାଦକ ଆଶିଶ କୁମାର ସାହୁ, ସହସଂପାଦକ ବିପିନ ବସନ୍ତିଆ, ସିଦ୍ଧାର୍ଥ ସାହୁ, ସୁବ୍ରଜିତ ଚାନ୍ଦ, କୋଷାଧ୍ୟକ୍ଷ ଭାବେ ଜିତେନ୍ଦ୍ରିୟ ବେହେରା ଓ ସଭ୍ୟାରାଣୀ ରାଉତ, ଜିଲ୍ଳା ସଂଯୋଜକ ଭାବେ ସୁକାନ୍ତ କୁମାର ଦାସ ଓ ବକ୍ସି ଜଗବନ୍ଧୁ, ରାଜ୍ୟସଂଯୋଜକ ବିପିନ ବସନ୍ତିଆଙ୍କୁ ଭଦ୍ରକ ଜିଲ୍ଲାର ସମସ୍ତ ପି.ଟି.ଆଇ ଙ୍କ ସମର୍ଥନ କ୍ରମେ ଚୟନ କରାଯାଇଅଛି । ଉକ୍ତ ବୈଠକରେ ବିପିନ କୁମାର ବସନ୍ତିଆ ଅତିଥି ପରିଚୟ କରିଥିଲେ । ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକର କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନେଇ ଏକ କୋର କମିଟି ଗଠନ କରାଯାଇଛି । ଏହି କମିଟିରେ ବିମଲ ପଢ଼ିଆରି, ନିତେନ୍ଦ୍ର ମିଶ୍ର, ଚିନ୍ମୟ ରାୟ, ପ୍ରଜ୍ଞାପରମିତା ସାମଲ, ତପନ ପାଣିଗ୍ରାହୀ, ତପନ ବଳ, ଲକ୍ଷ୍ମୀଧର ବେହେରା, ଅଶୋକ କୁମାର ସେଠୀ, ସୁଦର୍ଶନ ବେହେରା, ଦୀପକ ଦାସ, ପିତବାସ ନାୟକ, ସୁନିଲ ନାୟକ, ଶ୍ରୀକାନ୍ତ ମହାଳିକ ଏବଂ ପ୍ରିତୀପ୍ରଜ୍ଞା ନାୟକ ପ୍ରମୁଖ ସ୍ଥାନ ପାଇଛନ୍ତି । ଉକ୍ତ ସଭାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକ ମାନଙ୍କୁ ପୂର୍ଣ୍ଣ ଶିକ୍ଷକର ମାନ୍ୟତା ପ୍ରଦାନ କରାଯିବା ନିମନ୍ତେ ଆଲୋଚନା କରାଯାଇ ସରକାରଙ୍କୁ ଏଥିନିମେନ୍ତ ଦାବି ଜଣାଇବା ପାଇଁ ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.