ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ବାଉଦପୁର ରେଳଷ୍ଟେସନ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ସକାଳେ ସ୍ଥାନୀୟ ଲୋକେ ବାଉଦପୁର ରେଳଷ୍ଟେସନ ନିକଟ ରେଳଧାରଣା ପାଶ୍ୱର୍ରୁ ଖଣ୍ଡ ବିଖଣ୍ଡିତ ମୃତ ଶରୀର ପଡିଥିବାର ଦେଖିଥିଲେ । ତେବେ ମୃତବ୍ୟକ୍ତିର ପରିଚୟ ଅସ୍ପଷ୍ଟ ରହିଥିବାବେଳେ ଟ୍ରେନ୍ରେ କଟି ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ଭଦ୍ରକ ରେଳବାଇ ଥାନା ପୁଲିସ୍ ଗଣମାଧ୍ୟମକୁ ସୂଚନା ଦେଇଛି ।