ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୂର୍ବାହ୍ନରେ ଭଦ୍ରକ ପାୱାର ହାଉସ୍ (ଉତ୍ତର ବିଦ୍ୟୁତ୍ ଖଣ୍ଡ) ପରିସରରେ ଏକ ବୃହତ୍ତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରକୁ ବିଦ୍ୟୁତ୍ ପରିମଣ୍ଡଳ, ଭଦ୍ରକର ଅଧୀକ୍ଷଣ ଯନ୍ତ୍ରୀ ଇଂ ଶ୍ରୀକାନ୍ତ ପାଢୀ ଉଦ୍ଘାଟନ କରିଥିଲେ । ଏଥିରେ ବିଦ୍ୟୁତ୍ ବିଭାଗୀୟ କର୍ମଚାରୀ, ମିଟର ରିଡର ଓ ଅଧିକାରୀ ବୃନ୍ଦ, ସ୍ଥାନୀୟ ଜନାସାଧାରଣ ଅଂଶ ଗ୍ରହଣ କରି ଉତ୍ସାହର ସହ ନିଜ ନିଜର ରକ୍ତଦାନ କରିଥିଲେ । ଏହି ଶିବିରରେ ସମୁଦାୟ ୧୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବାବେଳେ ପ୍ରତ୍ୟେକ ରକ୍ତଦାତାଙ୍କୁ ପୁଷ୍ଟିକର ଖାଦ୍ୟ, ପାନୀୟ ସହ ମାନପତ୍ର ଓ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟୁତ୍ ବିଭାଗୀୟ ଯନ୍ତ୍ରୀ ଇଂ ଦେବାଶିଷ ଜେନା, ଇଂ ରଶ୍ମିକାନ୍ତ ବେହେରା, ଇଂ ଗୌରହରି ମଣ୍ଡଳ, ଇଂ ଅଶୋକ କୁମାର ନାୟକ, ଇଂ ଜିତେନ୍ଦ୍ର ବେହେରା, ଇଂ କାର୍ତ୍ତିକ ଚନ୍ଦ୍ର ସାହୁ, ଇଂ ପ୍ରଭାସ ରଂଜନ ବିଶ୍ୱାଳ, ଦିଲ୍ଲୀପ ଜେନା, ବୀରକିଶୋର ଦାସ, ରାମହରି ନାୟକ, ପ୍ରକାଶ ଚନ୍ଦ୍ର ସାହୁ, ପ୍ରଶାନ୍ତ ନାୟକ, ବିଶ୍ୱଜିତ୍ ଓଝା, ସତ୍ୟଜିତ୍ ପାଇକ୍ରାୟ, ଶଶିକାନ୍ତ ମିଶ୍ରଙ୍କ ସମେତ ସ୍ଥାନୀୟ ବିଦ୍ୟୁତ୍ କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତରେ ଅନୁଷ୍ଠିତ ହୋଇଥିଲା । ଜିଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ପକ୍ଷରୁ ଡାକ୍ତର ଶରତ କୁମାର ଆଚାର୍ଯ୍ୟ ତଥା ସହକାରୀ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ ବୀମା ଉପଦେଷ୍ଟା ଗୋବର୍ଦ୍ଧନ ପଣ୍ଡା ସଂଯୋଜନା କରିଥିଲେ ।