Home ଓଡ଼ିଶା ପଡିଆ ବ୍ଲକ ଅଚଂଳରେ ଘୁରିଲା ରାଜସ୍ୱ ପ୍ରଚାର ରଥ, ୩୦ଜଣଙ୍କୁ ଘରବାଡି ପଟାପ୍ରଦାନ

ପଡିଆ ବ୍ଲକ ଅଚଂଳରେ ଘୁରିଲା ରାଜସ୍ୱ ପ୍ରଚାର ରଥ, ୩୦ଜଣଙ୍କୁ ଘରବାଡି ପଟାପ୍ରଦାନ

55

ମାଲକାନଗିରି,୬ା୮ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ସୀମାନ୍ତ ମୋଟୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଥିବା ରାଜସ୍ୱ ରଥ ଆଜି ପଡିଆ ବକ୍ଲ ଅଚଂଳରେ ପହଁଚି ୩୦ଜଣ ହିତାଧିକାରୀଙ୍କୁ ଘରବାଡି ପଟାପ୍ରଦାନ କରାଯାଇଥିଲା । ଏହି ରଥ ଆଜି ନିଲିିଗୁଡା ପଚାଂୟତ ପରିକ୍ରମା କରି ରାଜସ୍ୱ ଆଇନ,ରାଜସ୍ୱ ସରକାରି ଯୋଜନା ସହିତ,ରାଜ୍ୟସରକାରଙ୍କ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ୫ଟି ଅଧିନରେ ଥିବା ସରକାରଙ୍କ ଜନକଲ୍ୟାଣ ଯୋଜନାଗୁଡିକ ହାତ ପାଆନ୍ତାରେ ପହଁଚାଇବା ସହ,କୋଭିଡ ନିୟମ ଓ କରୋନା କଟକଣା ସଂପର୍କରେ ଜନସଚେତନତା ବାର୍ତା ଦେଇଛି । ପଡିଆ ଓ ନିଲିଗୁଡା ପଚାଂୟତ ଠାରେ ମୋଟୁ ତହସିଲଦାର ଶଶାଙ୍କ ଶେଖର ମିଶ୍ର କ୍ୟାମ୍ପ କୋର୍ଟକରି ରାଜସ୍ୱ ମାମଲାର ଶୁଣାଳି କରିବା ସହ ଆଖପାଖ ଅଚଂଳର ୩୦ଜଣ ଗରିବ ହିତାଧିକାରୀ ଙ୍କୁ ପଟା ପ୍ରଦାନ କରିଛନ୍ତି । କରୋନା ସମୟରେ ଗରିବ ଲୋକେ ଅଯଥାରେ କାର୍ଯ୍ୟାଳୟକୁ ନ ଆସି ସେମାନଙ୍କ ନିକଟରେ ଏହି ରଥ ପହଁଚି ସମସ୍ତପ୍ରକାର ରାଜସ୍ୱ ମାମଲା ସମାଧାନ କରିବାର ବ୍ୟବସ୍ଥା ହୋଇଛି । ଏହି କାର୍ଯ୍ୟକ୍ରମରେ ପଡିଆ ରାଜସ୍ୱ ନିରୀକ୍ଷକ ଚିନ୍ମୟ ମହାପାତ୍ର,ତହସିଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.