Home ଜିଲ୍ଲା ପରିକ୍ରମା ସ୍ୱର୍ଗତଃ ବଳରାମ ପାଣିଗ୍ରାହୀଙ୍କ ଶ୍ରଦ୍ଧାଞ୍ଜଳି ସଭା

ସ୍ୱର୍ଗତଃ ବଳରାମ ପାଣିଗ୍ରାହୀଙ୍କ ଶ୍ରଦ୍ଧାଞ୍ଜଳି ସଭା

27

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମା’ ପଦ୍ମାଳୟା ପୀଠ ଭାଗବତ ସଂଘ ସରମଙ୍ଗା ଆନୁକୂଲ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତଃ ବଳରାମ ପାଣିଗ୍ରାହୀଙ୍କ ଶ୍ରଦ୍ଧାଞ୍ଜଳି ସଭା କୋଭିଡ୍ ନିୟମ ମୁତାବକ ପାଳିତ ହୋଇଯାଇଛି । ଏହି ସଭା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁଙ୍କ ସଂଚାଳନାରେ ଆରମ୍ଭ ହୋଇ ପଣ୍ଡିତ ରତ୍ନାକର ମିଶ୍ରଙ୍କ ଦ୍ୱାରା ପଟ୍ଟଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ଉପସ୍ଥିତ ସମସ୍ତ ଅତିଥି ବୈଦିକ କାର୍ଯ୍ୟରେ ସହଯୋଗ କରିଥିଲେ । ସ୍ୱର୍ଗତଃ ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇ ସୁଶ୍ରୀ କ୍ଷୀରାବ୍ôଧ ତନୟା ପଣ୍ଡାଙ୍କ ଦ୍ୱାରା ଗୀତାପାଠ ଓ ଗୁରୁବନ୍ଦନା ଗାନ କରାଯାଇଥିଲା । କବି ଜଗବନ୍ଧୁ ଦାଶ, ମୋହିନୀ ମୋହନ ମହାପାତ୍ର ଓ ଦୁଃଶାସନ ଗାହାଣ ସ୍ୱରଚିତ ସ୍ମୃତି କବିତା ପାଠ କରିଥିଲେ । ସ୍ୱର୍ଗତଃ ପାଣିଗ୍ରାହୀଙ୍କ ଦ୍ୱାରା ସଂକଳିତ ଶ୍ରୀମଦ୍ ଭଗବତର ୧୧ଶ ସ୍କନ୍ଦର ଶୁଭ ଉନ୍ମୋଚନ ହୋଇଥିଲା । ଏହି ସ୍ମୃତିଚରଣ କାର୍ଯ୍ୟକ୍ରମରେ ଜଗନ୍ନାଥ ସ୍ୱାଇଁ, ଜଗବନ୍ଧୁ ଦାଶ, ରଘୁନାଥ ସ୍ୱାଇଁ, ପଣ୍ଡିତ ରତ୍ନାକର ମିଶ୍ର, ପ୍ରାଧ୍ୟାପକ ବଳରାମ ମିଶ୍ର, ସଦାନନ୍ଦ ଦୀକ୍ଷିତ୍‌, ସରପଞ୍ଚ ଦେବୀଦତ୍ତ ମହାନ୍ତି, ପୂର୍ବତନ ସରପଞ୍ଚ ଅଜୁର୍ନ ଚରଣ ମହାନ୍ତି, ଅକ୍ଷୟ ମହାନ୍ତି, ପୂର୍ବତନ ପ୍ରଧାନ ଶିକ୍ଷକ ହୃଷିକେଶ ବିଶ୍ୱାଳ, ହଳଧର ବଳ, ଅଧିବକ୍ତା ସନ୍ତୋଷ ଦାସ, ସାହିତ୍ୟିକ ଅମୀୟ ମହାପାତ୍ର, ରମାକାନ୍ତ ପାଣିଗ୍ରାହୀ, କୈଳାଶ ଧଳ, ଗାୟକ ଲୋକନାଥ ପରିଡା, ପ୍ରଧାନ ଶିକ୍ଷକ ଶ୍ରୀଧର ତ୍ରିପାଠୀ, ପୂର୍ବତନ ସହ ଶିକ୍ଷାଧିକାରୀ ଭାଗବତ ମିଶ୍ର, ସଭ୍ୟ ଗୋପାଳ ଚନ୍ଦ୍ର ମୁଖୀ ଆଦି ବିଶିଷ୍ଟ ବ୍ୟକ୍ତିମାନେ ନିଜ ନିଜର ସ୍ମୃତି ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି ସଭାକୁ ସଂପାଦକ ଦୁଶାସନ ଗାହାଣ ପରିଚାଳନା କରିଥିବାବେଳେ ସଭାପତି ଗଂଗାଧର ରାଉଳ, ଉପସଭାପତି ମୋହିନୀ ମୋହନ, ଉପଦେଷ୍ଟା କୃଷ୍ଣଚନ୍ଦ୍ର ରାଉଳ, ଦୋଳଗୋବିନ୍ଦ ଧଳ, ଯୁଗ୍ମ ସଂପାଦକ ବସନ୍ତ କୁମାର ମହାପାତ୍ର, ରମାକାନ୍ତ ପଣ୍ଡା, କୋଷାଧ୍ୟକ୍ଷ ଗୋପାଳ ମୁଖୀ, କାର୍ଯ୍ୟକାରୀ ସଭ୍ୟ ରାମଚନ୍ଦ୍ର ପଣ୍ଡା, ବିଜୟ ସାମଲ, ଭାବଗ୍ରାହୀ ଦାସ, ଅମୀୟ ମହାପାତ୍ର ଓ ସଭ୍ୟ ଲକ୍ଷ୍ମୀଧର ସେଠୀ, ଉମାକାନ୍ତ ସାହୁ ଓ ଅଗଣା ଭାଇ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.