Home ଜିଲ୍ଲା ପରିକ୍ରମା କ୍ୟୁବା ଉପରେ ଆମେରିକାର ଆକ୍ରମଣ ବନ୍ଦ ଦାବିରେ ଭଦ୍ରକରେ ବିକ୍ଷୋଭ

କ୍ୟୁବା ଉପରେ ଆମେରିକାର ଆକ୍ରମଣ ବନ୍ଦ ଦାବିରେ ଭଦ୍ରକରେ ବିକ୍ଷୋଭ

100

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ମହାମାରୀ କରୋନା ନିୟନ୍ତ୍ରଣ କ୍ଷେତ୍ରରେ ସଫଳତାର ଶୀର୍ଷରେ ରହିଥିବା ସମାଜବାଦୀ କ୍ୟୁବାର ସମାଜ ବ୍ୟବସ୍ଥା, ଅର୍ଥନୀତି ଓ ରାଷ୍ଟ୍ରୀୟ ଢାଞ୍ଚାକୁ ଭାଙ୍ଗିବା ଲକ୍ଷ୍ୟନେଇ ମାର୍କିନ ସାମ୍ରାଜ୍ୟବାଦର ନେତୃତ୍ୱ ନେଉଥିବା ଯୁକ୍ତରାଷ୍ଟ୍ର ଆମେରିକା କ୍ୟୁବା ଉପରେ ଆର୍ଥିକ ଅବରୋଧର ଯେଉଁ ହୀନ ଉଦ୍ୟମ କରିବା ପୂର୍ବ ନିର୍ବାଚିତ ହୋଇଥିବା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆକ୍ରମଣକୁ ଜାତୀୟ କ୍ୟୁବା ସଂହତି କମିଟି ଭଦ୍ରକ ଶାଖା ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏଥିଉପଲକ୍ଷେ ଭଦ୍ରକ ଜିଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲା ସଂପାଦକ ମଣ୍ଡଳୀ ସଭ୍ୟ ଚନ୍ଦ୍ରଶେଖର ନାୟକ, ଜିଲା କମିଟି ସଭ୍ୟ ବିକାଶ ନାଥ, ରମେଶ ସାହୁ, ସିଟୁ ଜିଲା ସଂପାଦକ କାଳନ୍ଦୀ ପାତ୍ର, ଉପସଭାପତି ରାଧା ଦାସ, ଶ୍ରମିକ ନେତା ବାମଦେବ ମିଶ୍ର, ଓଡ଼ିଶା କୃଷକ ସଭା ଭଦ୍ରକ ଜିଲା କୋଷାଧ୍ୟକ୍ଷ ଅଭିରାମ ବଳ, କୃଷକ ନେତା ନିରଂଜନ ପାଣି, ସେକ୍ କମର, ସତ୍ୟଭାମା ସାହୁ, ମହିଳା ନେତ୍ରୀ ସମ୍ବାରୀ ମୁଣ୍ଡା ପ୍ରମୁଖ ଯୋଗଦେଇ ଭଦ୍ରକ ସହରର ବନ୍ତଛକରେ ଯୁକ୍ତରାଷ୍ଟ୍ର ଆମେରିକା ବିରୁଦ୍ଧରେ ଓ ସମାଜବାଦୀ କ୍ୟୁବାବାସୀଙ୍କ ପ୍ରତି ସଂହତି ଜଣାଇ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.